ଅନ୍ୟାନ୍ୟ

ଓଡ଼ିଆରେ ହେବ SSC ପରୀକ୍ଷା

   ଭୁବନେଶ୍ୱର, ୨୧/୦୧/୨୦୨୩ –    ଓଡ଼ିଆ ଭାଷାରେ ହେବ ଷ୍ଟାଫ୍ ସିଲେକ୍ସନ – SSC ପରୀକ୍ଷା । ଖାଲି  ଓଡ଼ିଆ ନୁହେଁ ଆହୁରି ୧୨ ଟି ଆଞ୍ଚଳିକ ଭାଷାରେ SSC ମଲଟି ଟାସ୍କିଂ (ନନ ଟେକ୍ନିକାଲ) ପରୀକ୍ଷା- ୨୦୨୨ ଦେଇହେବ । ଏହି ଗୁଡିକ ମଧ୍ୟରେ ତେଲୁଗୁ, ତାମିଲ, ମାଲାୟାଲମ, ଉର୍ଦ୍ଦୁ , ବଙ୍ଗଳା, ମରାଠୀ, ଗୁଜରାଟୀ, ପଞ୍ଜାବୀ କନ୍ନଡ଼, ଅସମିୟା, କୋଙ୍କଣୀ, ଓ ମଣିପୁରୀ ଭାଷା ସାମିଲ ରହିଛି ।

କେନ୍ଦ୍ର କର୍ମଚାରୀ, ଜନସାଧାରଣ ଅଭିଯୋଗ ଓ ପେନସନ ମନ୍ତ୍ରୀ ଜିତେନ୍ଦ୍ର ସିଂହ ଏହି ଘୋଷଣା କରିଛନ୍ତି ।ଏହିସବୁ ସ୍ଥାନୀୟ ଭାଷାରେ ପରୀକ୍ଷା ଦେବା ଫଳରେ ପ୍ରାର୍ଥୀମାନେ ଅନେକ ଫାଇଦା ପାଇପାରିବେ । ଏ ବାବଦରେ ମନ୍ତ୍ରୀ ଜିତେନ୍ଦ୍ର କହିଛନ୍ତି, ଏହି ଐତିହାସିକ ପଦକ୍ଷେପ ପରେ ଧୀରେଧୀରେ ସମ୍ବିଧାନର ୮ମ ଅନୁସୂଚୀରେ ଉଲ୍ଲେଖ ଥିବା ସମସ୍ତ ଭାଷାକୁ ସାମିଲ କରିବାକୁ ପ୍ରୟାସ କରାଯାଉଛି । ସ୍ଥାନୀୟ ଭାଷାରେ ଏହି ପରୀକ୍ଷା ଆୟୋଜିତ ହେବା ଫଳରେ ସମସ୍ତ ପ୍ରାର୍ଥୀଙ୍କୁ ସମାନ ସୁଯୋଗ ମିଳିପାରିବ ।

Related Articles

Back to top button
WP Twitter Auto Publish Powered By : XYZScripts.com