ଅନ୍ୟାନ୍ୟ

୨୦୧୩ରେ ଆଡେଇଥିଲେ ପେପ୍ସିର ଅଫର, ଏବେ ୪ ହଜାର କୋଟିର ମାଲିକ

ଲେସ ଓ ଆଙ୍କଲଚିପ୍ସ ଆପଣ ନିଶ୍ଚୟ ଖାଇଥିବେ । ପାଟିକୁ ସ୍ୱାଦିଷ୍ଟି ଲାଗୁଥିବା ଏହି ପ୍ରଡକ୍ଟକୁ ପେପ୍ସିକୋ ବ୍ରାଣ୍ଡ ତିଆରି କରିଥାଏ । ପେସ୍ପିକୋ ବ୍ରାଣ୍ଡ ବିଷୟରେ ତ ଆପଣମାନେ ନିଶ୍ଚୟ ଜାଣିଥିବେ । ହେଲେ ଆପଣ ଜାଣିଛନ୍ତି କି ଏମିତି ଏକ କମ୍ପାନୀ ଅଛି ଯିଏ କି ପେପ୍ସିର ଅଫରକୁ ପାଦରେ ଆଡେଇ ଦେଇଛନ୍ତି । ଏ ହେୁଛନ୍ତି ଗୁଜରାଟର ଚନ୍ଦାଭାଇ ଭିରାନି । ଯିଏକି ନିଜର ୪ ହଜାର କୋଟିର ଚିପ୍ସ କମ୍ପାନୀକୁ ପେପ୍ସିକୁ ବିକ୍ରି କରିବାକୁ ମନା କରିଦେଇଥିଲେ । ଆଉ ଏବେ ସେ କୋଟି କୋଟି ଟଙ୍କାର ମାଲିକ ହୋଇଛନ୍ତି । ତେବେ ଆସନ୍ତୁ ଜାଣିବା ଚନ୍ଦାଭାଇ ଭିରାନିଙ୍କ ବିଷୟରେ କିଛି ଅଜଣା କଥା ।

ଭାରତରେ ୧୯୭୨ ମସିହାରେ କୃଷି କାର୍ଯ୍ୟ କରିବା ଏକ ଦୁସ୍ୱପ୍ନ ଥିଲା । କାରଣ ଏହି ସମୟରେ ବର୍ଷା ବହୁତ କମ ହେଉଥିଲା, ଚାଷ କାମ କରିବା ପାଇଁ ଅତ୍ୟାଧୁନିକ ଜ୍ଞାନ କୌଶଳ ମଧ୍ୟ ନଥିଲା । ଆଉ ଗୁଜରାଟ କଥା ନକହିବା ଭଲ ।

ଏଠାରେ ବାରମ୍ବାର ମରୁଡି ପରିସ୍ଥିତି ସୃଷ୍ଟି ହେଉଥିଲା । ଚାଷ କରି କ୍ଷତି ସହୁ ଥିବାରୁ ଚନ୍ଦାଭାଇଙ୍କ ବାପା ସେହି ଜମିକୁ ୧୦ ହଜାର ଟଙ୍କାରେ ବିକ୍ରି କରିଦେଇଥିଲେ । ଏହାପରେ ଚନ୍ଦାଭାଇ ରାଜକୋଟରେ ଥିବା ଏକ ପ୍ରସିଦ୍ଧ ଆଷ୍ଟ୍ରୋନ ସିନେମା ହଲରେ ସାଣ୍ଡଓି୍ୱଜ ବିକ୍ରି କରୁଥିଲେ । ହେଲେ ସାଣ୍ଡଓି୍ୱଜକୁ ନେଇ ବଡ ସମସ୍ୟା ଥିଲା ଯେ ଏହା ଯଲଦି ନଷ୍ଟ ହୋଇଯାଏ । ଆଉ ସିନେମା ସରିବା ପରେ ଘରକୁ ନେବାପାଇଁ କୌଣସି ସ୍ନାକ୍ସ ନଥିଲା । ବହୁ ଭାବିବା ପରେ ସେ ତାଙ୍କ ଘରେ ବାପାଙ୍କ ଠାରୁ ୧୦ ହଜାର ଟଙ୍କା ନେଇ ଏକ ଚିପ୍ସ ମେସିନ ଆଣି କାରଖାନା ପ୍ରତିଷ୍ଠା କଲେ ।

ଆଉ ପ୍ରଥମ ଥର ପାଇଁ ସିନେମା ହଲରେ ଆଳୁ ଚିପ୍ସ ବିକ୍ରି କରିଥିଲେ ଚନ୍ଦାଭାଇ । ମାର୍କେଟରେ ଏହାରର ଚାହିଦା ମଧ୍ୟ ଭଲ ରହିଲା । ଦୁଇଟି କ୍ୟାଣ୍ଟିନକୁ ଚିପ୍ସ ଯୋଗାଇଲେ ଚନ୍ଦାଭାଇ । ଧିରେ ଧିରେ ବ୍ୟବସାୟ ବଢିବାକୁ ଲାଗିଲା । ଫଳରେ ଚନ୍ଦ୍ରଭାଇଙ୍କୁ ବାହାରେ ଏକ ଫ୍ୟାକ୍ଟ୍ରି ଖୋଲିବାକୁ ପଡିଲା । ୫୦ ଲକ୍ଷ ଟଙ୍କା ଋଣ ନେଇ ୧୯୮୯ରେ ଚନ୍ଦ୍ରଭାଇ ଗୁଜରାଟରେ ସବୁଠୁ ବଡ ଆଳୁ ଚିପ୍ସ କାରଖାନା ପ୍ରତିଷ୍ଠା କରିଥିଲେ । ଯେଉଁଥିରେ ଚିପ୍ସର ଗୁଣବତ୍ତା, ବୈଷୟିକ ଏବଂ ସ୍ୱଚ୍ଛତା ଉପରେ ଅଧିକ ଧ୍ୟାନ ଦିଆଯାଇଥିଲା ।

ଏହା ଘଣ୍ଟାପ୍ରତି ୨୫୦ କିଲୋଗ୍ରାମର ଆଳୁ ଚିପ୍ସ ଉତ୍ପାଦନ କରିବା ପାଇଁ ଏକ ବଡ କ୍ଷମତା ରଖିଲା । ଚନ୍ଦ୍ରଭାଇ ଏଥିରୁ ମାସକୁ ୩୦ ହଜାର ଟଙ୍କା ରୋଜଗାର କରୁଥିଲେ । ଏବଂ ଏହି ବ୍ୟବସାୟକୁ ।ଗକୁ ନେବାକୁ ଚାହୁଁଥିଲେ ।

୧୯୯୫ରେ ଏହି ଟଚିପ୍ସର ନାମ ରଖିଲେ ବାଲାଜି ୱାଫର୍ସ । ଏହାର ଚାହିଦା ବଢିବା ସହ ଏହା ବାଲାଜି ନମକିନ୍ସ ଏବଂ ଅନ୍ୟ ପ୍ରଡକ୍ଟ ତିଆରି କରିବା ଆରମ୍ଭ କଲେ । ୨୦୦୦ ମସିହା ସୁଦ୍ଧା ବାଲାଜି କମ୍ପାନୀ ପାଖରେ ଚିପ୍ସରେ ୯୦ ପ୍ରତିଶତ ଏବଂ ନମକିନରେ ୭୦ ପ୍ରତିଶତ ବଜାରରେ ଅଂଶିଦାରଥିଲା ।

ଯେଉଁଥିରେ ଏଥିରେ ୧୦୦ରୁ ଅଧିକ ବିତରକ, ୩୦ ହଜାର ରିଟେଲର ଏବଂ ମେଗା କାରଖାନା ପ୍ରତି ୧୨୦୦ କିଲୋଗ୍ରାମ ଚିପ୍ସ ରହିଥିଲା । ଚନ୍ଦ୍ରଭାଇ ଜାଣିଥିଲେ ଯେ ଯଦି ବାଲାଜୀଙ୍କୁ ବଡ ହେବାକୁ ପଡିବ ତେବେ ଗୁଜୁରାଟ ବାହାରକୁ ଯିବାକୁ ପଡିବ। ଏହାପରେ ବାଲାଜୀ ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଏବଂ ରାଜସ୍ଥାନରେ ବିକ୍ରି କରିବାକୁ ଲାଗିଲେ । ଏସବୁ ସ୍ଥାନରେ ମଧ୍ୟ ବେସ ଲୋକପ୍ରିୟତା ବଢିଲା ।

ଏହି କ୍ରମରେ ବାଲାଜି ପୁରା ଭାରତରେ ବଢିବାକୁ ଲାଗିଲା । ଏବଂ କମ୍ପାନୀର ମୂଲ୍ୟ ହଜାରେ କୋଟିରେ ପହଞ୍ଚିଲା । ଏହା ଲେସ୍ ଏବଂ ଅଙ୍କଲ୍ ଚିପ୍ସ ସହିତ ସମାନ ମୂଲ୍ୟରେ ୨୫ ପ୍ରତିଶତ ଅଧିକ ପରିମାଣ ପ୍ରଦାନ କଲା ଏହାପରେ ପେପ୍ସୀ ମାଲିକାନା ଲେସରେ୧୦ ପ୍ରତିଶତ ବଜାର ଅଂଶ ହରାଇଲା । ଏହାପରେ ୨୦୧୩ ରେ ପେପ୍ସୀ ୪୦୦୦ କୋଟିରେ ବାଲାଜୀ ୱାଫର୍ସ କୁ ହାସଲ କରିବାକୁ ପ୍ରସ୍ତାବ ଦେଇଥିଲେ ।

ହେଲେ ବାଲାଜୀର ରାଜସ୍ୱରେ ୧୮ ଶହ କୋଟି ଥିଲା ଏବଂ ଚନ୍ଦ୍ରଭାଇ ଏକ ବଡ ଯୋଜନା କରୁଥିୁଲେ । ସେ ପେପ୍ସି ଦ୍ୱାରା ଦିଆଯାଇଥିବା ପ୍ରସ୍ତାବକୁ ମନା କରିଦେଇଥିଲେ । ଆଉ ଆଜି ବାଲାଜୀ ୱାଫର୍ସର ବାର୍ଷିକ ରାଜସ୍ୱରେ ୪ ହଜାର କୋଟି ରହିଛି । ଏହାର ଦେଶବ୍ୟାପୀ ଚାରୋଟି ସ୍ପ୍ରେଲିଂ କାରଖାନା ଅଛି, ଯାହା ପ୍ରତିଦିନ ୬.୫ ନିୟୁତ କିଲୋଗ୍ରାମ ଆଳୁ ଏବଂ ୧୦ ମିଲିୟନ୍ କିଲୋଗ୍ରାମ ନାମକିନ୍ ପ୍ରକ୍ରିୟାକରଣ କରିଥାଏ ।

Related Articles

Back to top button
WP Twitter Auto Publish Powered By : XYZScripts.com