ଜାତୀୟ

ଫେସବୁକରେ ହେଲା ପ୍ରେମ, ବିବାହ ପାଇଁ ବାଧ୍ୟ କରିବାରୁ ଝିଅ ଉପରେ ଟ୍ରାକ୍ଟର୍ ଚଢ଼େଇଦେଲା ପ୍ରେମିକ

ଫତେହପୁର() ପ୍ରେମ, ପ୍ରତାରଣା ଆଉ ତାପରେ ହତ୍ୟା ଏହିଭଳି ଘଟଣା ପ୍ରତିଦିନ କେଉଁଠି ନା କେଉଁଠି ଘଟୁଥିବା ଦେଖିବାକୁ ମିଳିଛି । ଫେସବୁକ୍ ରୁ ପ୍ରେମ ହେବା ପରେ ଝିଅ ଯେତେବେଳେ ବିବାହ ପାଇଁ ବାଧ୍ୟ କରିଥିଲା ପ୍ରେମିକ ଜଣ ଯୁବତୀଙ୍କ ଉପରେ ଟ୍ରାକ୍ଟର୍ ଚଢ଼ାଇ ମାରିଦେଇଥିବା ଜଣାପଡ଼ିଛି । ଏହିଭଳି ଏକ ଅମାନବୀୟ ଘଟଣା ଉତ୍ତରପ୍ରଦେଶର ଫତେହପୁର ଜିଲ୍ଲାର ଗାଜୀପୁର ଥାନା ଅଞ୍ଚଳରୁ ସାମନାକୁ ଆସିଛି । ଫେବୃଆରୀ ୧୮ ତାରିଖ ସକାଳ ସମୟରେ ଜଣେ ଅଜ୍ଞାତ ଯୁବତୀଙ୍କ ଶବ ଠାବ କରାଯାଇଥିଲା । ମୃତଦେହକୁ ଦେଖି ଏପରି ଲାଗୁଥିଲା ଯେପରି ଗାଡ଼ି ଚଢ଼ି ମୃତ୍ୟୁ ହୋଇଛି । ହେଲେ ପୋଲିସ୍ କୁ ମିଳିଥିବା ପ୍ରମାଣରୁ ଜଣାପଡ଼ିଥିଲା ଯେ, ଏହା ଏକ ହତ୍ୟା । ଯାଞ୍ଚର ୨୦ ଦିନ ପରେ ପୋଲିସ୍ ଘଟଣାର ଖୁଲାସା କରି ମୃତ ଯୁବତୀଙ୍କ ପ୍ରେମିକ ଓ ତାର ଭାଇକୁ ଗିରଫ କରିଛି ।

ଉକ୍ତ ଅଞ୍ଚଳର ଡିଏସପିଙ୍କ କହିବାନୁସାରେ, ଫେବୃଆରୀ ୧୮ ତାରିଖରେ ଜଣେ ଅଜ୍ଞାତ ଯୁବତୀଙ୍କ ମୃତଦେହ ରାସ୍ତା ଉପରେ ମିଳିଥିଲା । ଏହାପରେ ଯୁବତୀଙ୍କ ସମ୍ପର୍କିୟଙ୍କ ସହାୟତାରେ ତାର ପ୍ରେମିକର ଖବର ପାଇଥିଲା ପୋଲିସ୍ । ଯୁବତୀଙ୍କ କପଡ଼ା ଓ ଅନ୍ୟାନ୍ୟ ଜିନିଷରୁ ତାଙ୍କ ପରିଚୟ ଠାବ କରାଯାଇଥିଲା । ଏହାପରେ ପୋଲିସ୍ ପ୍ରେମିକ ଅଭିମନ୍ୟୁ ଓ ତାର ଭାଇକୁ ହେପାଜତରେ ନେଇ ପଚରାଉଚରା କରିଥିଲା । ଏହି ସମୟରେ ଅଭିମନ୍ୟୁ କହିଥିଲା ଯେ, ୫ ବର୍ଷ ତଳେ ଫେସବୁକ୍ ଜରିଆରେ ଦୁହେଁ ପରିଚିତ ହୋଇଥିଲେ । ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିବା ପରେ ମୃତକ ଅନୀତା ବିବାହ ପାଇଁ ବାଧ୍ୟ କରୁଥିଲେ ।

ବିବାହ କଥାରେ ଉତକ୍ଷିପ୍ତ ହୋଇ ଫେବୃଆରୀ ୧୭ ତାରିଖରେ ବିବାହ କରିବା ବାହାନାରେ ରାତିରେ ତାକୁ ନେଇ ଫତେହପୁରକୁ ବାହାରିଯାଇଥିଲା ଅଭିମନ୍ୟୁ । ଏହା ପରେ ଗାଜୀପୁର ଥାନାର ବଲୀପୁର ନିକଟରେ ଟ୍ରାକ୍ଟର୍ ଚଢ଼ାଇ ଯୁବତୀଙ୍କୁ ହତ୍ୟା କରିଦେଇଥିଲା । ଏହି ହତ୍ୟାକୁ ଦୁର୍ଘଟଣାର ରୂପ ଦେବାକୁ ଯାଇ ଟ୍ରାକ୍ଟର୍ ଚଢ଼ାଇ ସେଠାରୁ ଫେରାର୍ ହୋଇଯାଇଥିଲା । ବର୍ତ୍ତମାନ ସତ ସାମନାକୁ ଆସିବା ପରେ ପୋଲିସ୍ ଉଭୟ ଅଭିଯୁକ୍ତ ଓ ତାର ଭାଇକୁ ଗିରଫ କରିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com