ଅନ୍ୟାନ୍ୟ

କମିପାରେ ନିର୍ବାଚନ ଲଢ଼ିବା ବୟସ

ନୂଆଦିଲ୍ଲୀ, ୧୩/୧୨/୨୦୨୨-   ଦେଶରେ ଯୁବ ନେତୃତ୍ୱକୁ ସର୍ବଦା ପ୍ରାଧାନ୍ୟ ଦେଉଛନ୍ତି ସରକାର । ଏହି ମର୍ମରେ ଲୋକସଭା ଏବଂ ବିଧାନସଭା ନିର୍ବାଚନ ଲଢିବା ପାଇଁ ପ୍ରାର୍ଥୀଙ୍କ ବୟସ ସୀମା କୋହଳ କରିବାକୁ ବିଚାର କରୁଛନ୍ତି କେନ୍ଦ୍ର ସରକାର । ଦେଶର ୬୫ ପ୍ରତିଶତ ଯୁବ ଜନସଂଖ୍ୟାକୁ ଧ୍ୟାନରେ ରଖି ସରକାର ଏହି ବୟସ ସୀମାକୁ ୧୮ ବର୍ଷକୁ କମାଇବାକୁ ଚିନ୍ତା କରୁଛନ୍ତି । ବର୍ତ୍ତମାନ ଆଇନ ଅନୁସାରେ ଲୋକସଭା ଏବଂ ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ହେବାର ସର୍ବନିମ୍ନ ବୟସ ୨୫ ବର୍ଷ ରହିଛି । ଏହାପୂର୍ବରୁ ରାଷ୍ଟ୍ରୀୟ ଲୋକ ଦଳର ରାଷ୍ଟ୍ରୀୟ ସଭାପତି ତଥା ରାଜ୍ୟସଭା ସାଂସଦ ଜୟନ୍ତ ସିଂ ଶୁକ୍ରବାର ସଂସଦରେ ଏକ ପ୍ରାଇଭେଟ ମେମ୍ବର ବିଲ୍ ଉପସ୍ଥାପନ କରିଛନ୍ତି ।

ଏହି ବିଲ୍ ଲୋକସଭା ଏବଂ ବିଧାନସଭା ନିର୍ବାଚନରେ ପ୍ରାର୍ଥୀଙ୍କ ବୟସ ସୀମା ସହିତ ଜଡିତ । ଏଥିରେ ସଂସଦ ଏବଂ ରାଜ୍ୟ ବିଧାନସଭାରେ ପ୍ରାର୍ଥୀଙ୍କ ବୟସକୁ ୨୧ ବର୍ଷକୁ ହ୍ରାସ କରିବାକୁ ଭାରତର ସମ୍ବିଧାନରେ ସଂଶୋଧନ କରିବା ପ୍ରସ୍ତାବ ରହିଛ୍ରି ! ଏନେଇ ସେ ଟ୍ୱିଟ୍ କରିଛନ୍ତି ଯେ, “ଯୁବା ଭାରତକୁ ରାଜନୈତିକ ମୁଖ୍ୟ ସ୍ରୋତକୁ ଆଣିବା ପାଇଁ ମୋର ପଦକ୍ଷେପ । କେବଳ ଭୋଟ୍ ନୁହେଁ, ବିଧାନସଭାର ସଦସ୍ୟ ଭାବରେ ଦେଶକୁ ଦକ୍ଷ ନେତୃତ୍ୱ ପ୍ରଦାନ କରିବାର ସେମାନଙ୍କ ପାଖରେ ଅଧିକାର ରହିବା ଉଚିତ୍ ବୋଲି ସେ କହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com