
ପୁରୀ ୦୨/ଜୁଲାଇ : ପୁରୀରେ ହୋଇଥିବା ରଥଯାତ୍ରା ସମୟରେ ବ୍ୟବସ୍ଥା ଅଭାବ ଓ ବିଭିନ୍ନ ଘଟଣା ନେଇ ରାଜ୍ୟରେ ବିଜେଡି ଓ ବିରୋଧୀ ଦଳ ମଧ୍ୟରେ ରାଜନୈତିକ ଚର୍ଚ୍ଚା ଜୋର ଧରିଛି। ବିଧାୟକ ପ୍ରମିଳା ମାଲିକ ବିଜେପିକୁ ଟାର୍ଗେଟ କରି କହିଛନ୍ତି ଯେ, ରଥଯାତ୍ରାରେ ଘଟିଥିବା ଭୁଲ ଓ ବ୍ୟବସ୍ଥା ଅଭାବ ସରକାରଙ୍କ ଅନୁଦାନଶୀଳ ମନୋଭାବ ଦର୍ଶାଏ। ମୁଖ୍ୟମନ୍ତ୍ରୀଙ୍କ କଥାକୁ ତଳସ୍ଥରର ଅଧିକାରୀ ମାନୁନାହାନ୍ତି, ଯଦି ମାନୁଥାନ୍ତି ତେବେ ଏପରି ଦୁର୍ଦ୍ଦଶା ହେଉନଥିଲା। ପ୍ରମିଳା ମଲ୍ଲିକ ଚିହ୍ନଟ କରିଛନ୍ତି, ବଡ଼ ଠାକୁରଙ୍କ ପଡ଼ିଯିବା ଘଟଣା, ଶ୍ରଦ୍ଧାଳୁଙ୍କ ମୃତ୍ୟୁ, ରଥ ଗଡିବାରେ ବିଳମ୍ବ ଓ ସରକାରଙ୍କ ଅନାଗତି ଲୋକଙ୍କ ମନରେ ଭୟ ଜନ୍ମାଇଛି।ସେ ପ୍ରଶ୍ନ କରିଛନ୍ତି, ଏସପି ଓ କଲେକ୍ଟରଙ୍କ ବଦଳି ହେଉଛି, କିନ୍ତୁ ବଡ଼ ଅଧିକାରୀଙ୍କ ବିରୁଦ୍ଧରେ କାହିଁକି କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହିଁ? ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ପ୍ରତିଉତ୍ତର,ସେ କହିଛନ୍ତି, ଯେଉଁମାନେ ଅକର୍ମା ଥିଲେ ଓ ଅତୀତରେ ରଥଯାତ୍ରାରେ ବ୍ୟବସ୍ଥା ଭଲ ଭାବେ କରିପାରିନଥିଲେ, ସେମାନେ ଏବେ ଅଧିକ କଥା କହୁଛନ୍ତି। ଓଡ଼ିଆ ଲୋକ ଅତୀତର ଅଭିଜ୍ଞତା ଅନୁସାରେ ଜାଣିଛନ୍ତି କିଏ କେମିତି ଚାଲାଇଥିଲେ। ସେ କହିଛନ୍ତି, “ଆମେ ମହାପ୍ରଭୁଙ୍କ ରଥଯାତ୍ରାକୁ ନେଇ ରାଜନୀତି କରୁନାହିଁ, ଏହା ଏକ ଆସ୍ଥା ଓ ଭକ୍ତିର ବିଷୟ।”ଜଗନ୍ନାଥଙ୍କ ଆଶୀର୍ବାଦରେ ସବୁ କାର୍ଯ୍ୟ ଭଲ ଭାବେ ହେବ। ମୁଖ୍ୟମନ୍ତ୍ରୀ ସ୍ୱୟଂ ଆସି ସମସ୍ତ ବ୍ୟବସ୍ଥା ଦେଖିଛନ୍ତି। ସେବାୟତମାନଙ୍କ ସହ ବି ଆଲୋଚନା ହୋଇଛି। ଏଭଳି ଭାବରେ ରଥଯାତ୍ରା ଘଟଣା ଏବେ ରାଜନୈତିକ ଅଭିଯୋଗ-ପ୍ରତ୍ୟାଭିଯୋଗର ମୁଖ୍ୟ କେନ୍ଦ୍ରବିନ୍ଦୁ ହୋଇଯାଇଛି।