ଜାତୀୟ

ଜାତିଗତ ପ୍ରମାଣପତ୍ର ମାମଲାରେ ପୂର୍ବତନ ‘ଏନ୍‌ସିବି’ ଅଫିସର୍‌ ସମୀର ୱାଂଖେଡ଼େଙ୍କୁ କ୍ଲିନ୍‌-ଚିଟ୍‌

ଜାତିଗତ ପ୍ରମାଣପତ୍ର ମାମଲାରେ ପୂର୍ବତନ ‘ଏନ୍‌ସିବି’ ଅଫିସର୍‌ ସମୀର ୱାଂଖେଡ଼େଙ୍କୁ କ୍ଲିନ୍‌-ଚିଟ୍‌ ଦେଇ ‘କାଷ୍ଟ୍‌ ସ୍କୃଟିନି କମିଟି’ ଦୀର୍ଘ ଏକ ବର୍ଷ ଧରି ଚାଲିଥିବା ବିବାଦର ଅବସାନ ଘଟାଇଛି । ଏଥିସହ ୱାଂଖେଡ଼େଙ୍କ ପାଖରେ ଥିବା ଜାତିଗତ ପ୍ରମାଣପତ୍ରକୁ ଉକ୍ତ କମିଟି କାଏମ ରଖିଛି। ଉଭୟ ପକ୍ଷ ଦାଖଲ କରିଥିବା କାଗଜପତ୍ର ଗ୍ରହଣ କରି ତର୍ଜମା କରିବା ପରେ ୯୧ପୃଷ୍ଠା ସମ୍ବଳିତ ଆଦେଶନାମାରେ କମିଟି କହିଛି ଯେ, ୱାଂଖେଡ଼େ ଜନ୍ମଗତ ଭାବେ ମୁସଲ୍‌ମାନ୍‌ ନୁହନ୍ତି। ଏହାଛଡ଼ା, ସମୀର ୱାଂଖେଡ଼େ ଏବଂ ତାଙ୍କ ପିତା ଦ୍ୟାନେଶ୍ବର ୱାଂଖେଡ଼େ ହିନ୍ଦୁତ୍ବ ପରିତ୍ୟାଗ କରି ନାହାନ୍ତି କି, ମୁସଲ୍‌ମାନ ଧର୍ମ ଗ୍ରହଣ କରିନାହାନ୍ତି ବୋଲି କମିଟି କହିଛି। କମିଟି ଆହୁରି ମଧ୍ୟ କହିଛି ଯେ, ସମୀର ୱାଂଖେଡ଼େ ଏବଂ ତାଙ୍କ ବାପା ମାହାର-୩୭ ଅନୁସୂଚିତ ଜାତିର। ଉକ୍ତ ଜାତିକୁ ହିନ୍ଦୁଧର୍ମରେ ସ୍ବୀକୃତି ମିଳିଛି।

ସେହିପରି, ସମୀର ୱାଂଖେଡ଼େଙ୍କ ଜାତିଗତ ପ୍ରମାଣପତ୍ର ବିପକ୍ଷରେ ଅଭିଯୋଗ କରିଥିବା ମହାରାଷ୍ଟ୍ରର କ୍ୟାବିନେଟ୍‌ ମନ୍ତ୍ରୀ ତଥା ‘ଏନ୍‌ସିପି’ ‌ନେତା ନବାବ ମଲିକ ଏବଂ ମନୋଜ ସଂସାରେ, ଅଶୋକ କାମ୍ବଲେ ଏବଂ ସଞ୍ଜୟ କାମ୍ବଲେଙ୍କ ଭଳି ଅନ୍ୟାନ୍ୟ ଅଭିଯୋଗକାରୀମାନେ ନିଜ ନିଜ ଅଭିଯୋଗ ସପକ୍ଷରେ କୌଣସି ପ୍ରମାଣ ଉପସ୍ଥାପନ କରିପାରି ନାହାନ୍ତି ବୋଲି କମିଟି କହିଛି। କମିଟିର ଆଦେଶନାମା ପ୍ରକାଶ ପାଇବା ପରେ ପରେ ଟୁଇଟ୍‌ କରି ୱଂଖେଡ଼େ ଲେଖିଛନ୍ତି: ସତ୍ୟମେବ ଜୟତେ।

Related Articles

Back to top button
WP Twitter Auto Publish Powered By : XYZScripts.com