Featuredଜାତୀୟ

ମାଗଣାରେ ବିମାନରେ ଯାତ୍ରା କରିପାରିବେ ଏମାନେ,ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର: ଦେଶର ବରିଷ୍ଠ ନାଗରିକମାନଙ୍କୁ ଅନେକ ପ୍ରକାରର ସୁବିଧା ଦିଆଯାଏ । ବରିଷ୍ଠ ନାଗରିକମାନେ ସରକାରଙ୍କ ଠାରୁ ରେଳବାଇ ଏବଂ ବ୍ୟାଙ୍କ ପର୍ଯ୍ୟନ୍ତ ଅନେକ କାର୍ଯ୍ୟରେ ଛାଡ ପାଆନ୍ତି। ଆଜି ଆମେ ଆପଣଙ୍କୁ ଏପରି ଏକ ସୁବିଧା ବିଷୟରେ କହିବୁ, ଯାହା ଅଧୀନରେ ବର୍ତ୍ତମାନ ବରିଷ୍ଠ ନାଗରିକମାନେ ମାଗଣାରେ ବିମାନ ଯୋଗେ ଯାତ୍ରା କରିପାରିବେ ।

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ବରିଷ୍ଠ ନାଗରିକଙ୍କ ପାଇଁ ଏକ ସ୍ୱତନ୍ତ୍ର ସୁବିଧା ଆରମ୍ଭ କରିଛନ୍ତି ଯେଉଁଥିରେ ସେମାନଙ୍କୁ ବିମାନ ଯୋଗେ ଯାତ୍ରା କରିବାର ସୁବିଧା ଦିଆଯାଉଛି। ରାଜ୍ୟର ବରିଷ୍ଠ ନାଗରିକମାନେ ଆସନ୍ତା ମାସରୁ ବିମାନ ଯୋଗେ ତୀର୍ଥଯାତ୍ରା କରିବାର ବିକଳ୍ପ ପାଇବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ଏହି ତିର୍ଥ ଦର୍ଶନ ଯୋଜନାରେ ଅନେକ ସ୍ଥାନ ଅନ୍ତର୍ଭୂକ୍ତ କରାଯାଇଛି । ଏହି ଯୋଜନା ଅଧୀନରେ ୬୦ ବର୍ଷରୁ ଅଧିକ ବୟସ୍କ ନାଗରିକମାନେ ସରକାରୀ ଖର୍ଚ୍ଚରେ ତୀର୍ଥସ୍ଥାନକୁ ଯାଇପାରିବେ।

 

Related Articles

Back to top button