ଅନ୍ୟାନ୍ୟ

ଅନଲାଇନରେ ଆପତ୍ତିଜନକ ଫଟୋ ପୋଷ୍ଟ ହେବାରୁ ବିଷ ପିଇ ଆତ୍ମହତ୍ୟା କଲେ ଯୁବତୀ

ସହାରନପୁର : ଏକ ମାମଲାରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ଜଣେ ଯୁବତୀ ଆତ୍ମହତ୍ୟା କରିଛନ୍ତି । ଏପରି ଏକ ଘଟଣା ସହାରନପୁରରେ ଦେଖିବାକୁ ମିଳିଛି। ନିଜର ଆପତ୍ତିଜନକ ଫଟୋ ଅନଲାଇନରେ ପୋଷ୍ଟ ହେବା ନେଇ ସେ ପୋଲିସ ପାଖର ଅଭିଯୋଗ କରିଥିଲେ। କିନ୍ତୁ ଏଥିପାଇଁ ପୋଲିସ କୌଣସି ପଦକ୍ଷେପ ଗ୍ରହଣ କରିନଥିଲା । ସେଥିପାଇଁ ଶେଷରେ ସେ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତଙ୍କ ସହିତ ଅନ୍ୟ ତିନିଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି ବୋଲି ରବିବାର ପୋଲିସ ସୂଚନା ଦେଇଛି। ଏହି ମାମଲାରେ ଦାୟିତ୍ୱରେ ଅବହେଳା କରିଥିବାରୁ ଜଣେ କନଷ୍ଟେବଲଙ୍କୁ ନିଲମ୍ବିତ କରାଯାଇଛି ବୋଲି ପୋଲିସ କହିଛି ।

ଗ୍ରାମୀଣ ପୋଲିସ ଅଧିକ୍ଷକ ଅତୁଲ ଶର୍ମା କହିଛନ୍ତି ବେହଟ ଥାନା ଅଞ୍ଚଳର ଏକ ଗାଁରେ ରହୁଥିବା ଜଣେ ଯୁବତୀ ବିଷ ଖାଇଥିବାରୁ ତାଙ୍କର ମୃତ୍ୟୁ ହୋଇଛି ।ଯୁବତୀଙ୍କ ପରିବାର ତାଙ୍କର ଏକ ଆତ୍ମହତ୍ୟା ପତ୍ର ପାଇଛନ୍ତି । ଏଥିରେ ୱାସିମ ଓ ସଲିମ ନାମକ ଦୁଇଜଣ ଯୁବକଙ୍କ ବିରୋଧରେ ଆପତ୍ତିଜନକ ଫଟୋ ନେବା ଓ ତାକୁ ଅନଲାଇନରେ ପୋଷ୍ଟ କରିବା ନେଇ ଅଭିଯୋଗ କରାଯାଇଛି । ସେ ତାଙ୍କ ମୃତ୍ୟୁ ପାଇଁ ଦୁଇ ଜଣଙ୍କୁ ଦାୟୀ କରିଛନ୍ତି। ଏହି ଆଧାରରେ ଆମେ ଅଭିଯୁକ୍ତଙ୍କ ଆଧାରରେ ମାମଲା ରୁଜୁ କରି ତଦନ୍ତ ଚଳାଉଛୁ ।

ଅତୁଲ ଶର୍ମା ଆହୁରି କହିଛନ୍ତି ଏହି ମାମଲାରେ ୱାସିମ ଓ ସଲିମଙ୍କ ସହିତ ଅନ୍ୟ ଦୁଇ ଅଭିଯୁକ୍ତ ଧୀରଜ ଓ ମୋହିତଙ୍କୁ ମଧ୍ୟ ରବିବାର ଗିରଫ କରାଯାଇଛି । ଧୀରଜ ଏହି ଘଟଣାର ମାଷ୍ଟର ମାଇଣ୍ଡ ବୋଲି ପୋଲିସ ପ୍ରକାଶ କରିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com