ଜାତୀୟରାଜନୀତି

ଇଡିରେ ହାଜର ହେବା ଲାଗି ଅଧିକ ସମୟ ମାଗିଛନ୍ତି ସୋନିଆ

ନୂଆଦିଲ୍ଲୀ: ଇଡିରେ ହାଜର ହେବା ଲାଗି ଅଧିକ ସମୟ ମାଗିଛନ୍ତି ସୋନିଆ ଗାନ୍ଧି। ନ୍ୟାସନାଲ ହେରଲ୍ଡ ମନି ଲଣ୍ଡ୍ରିଂ ମାମଲାରେ ସୋନିଆ ଗାନ୍ଧି ବୁଧବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ପହଂଚି ପାରିନାହାନ୍ତି । ସୋନିଆ କୋଭିଡ-୧୯ ପଜିଟିଭ ଚିହ୍ନଟ ହୋଇଥିଲେ। ତେବେ କୋଭିଡରୁ ସୁସ୍ଥ ହୋଇପାରିନଥିବାରୁ ସେ ଇଡିରେ ହାଜର ହେବା ଲାଗି ଅଧିକ ସମୟ ମାଗିଛନ୍ତି । ଇଡିଙ୍କୁ ପତ୍ର ଲେଖି ପଚରା ଉଚରା ଲାଗି ଅଧିକ ସମୟ ମାଗିଛନ୍ତି ସୋନିଆ । ଏହି ମାମଲାରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ମଧ୍ୟ ନୋଟିସ କରାଯାଇଛି । ଜୁନ ୧୩ ତାରିଖକୁ ତାଙ୍କୁ ହାଜର ହେବା ଲାଗି ସାନି ନୋଟିସ୍ କରିଛନ୍ତି ଇଡି।

Related Articles

Back to top button
WP Twitter Auto Publish Powered By : XYZScripts.com