Breaking NewsFeaturedଅନ୍ତର୍ଜାତୀୟଜାତୀୟ

ପାକିସ୍ତାନରେ ୩୦ ହିନ୍ଦୁ ପରିବାର ବନ୍ଧକ, ମନ୍ଦିର ଉପରେ ହମଲା

ପ୍ରେମ ପାଇଁ ମୁହାଁମୁହିଁ ଭାରତ-ପାକିସ୍ତାନ, ଭୟଭୀତ ହିନ୍ଦୁ ସମାଜ

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ଜଳୁଛି ପାକିସ୍ତାନ, କୁହୁଳୁଛି ହିନ୍ଦୁସ୍ଥାନ । ଗୋଟିଏ ପ୍ରେମ କାହାଣୀକୁ ନେଇ ଦୁଇ ପଡୋଶୀ ଦେଶ ଭିତରେ ଏବେ ମୁହାଁମୁହିଁ ପରିସ୍ଥିତି । ପ୍ରଥମଥର ପାଇଁ ଦୁଇ ଦେଶର ଜନତାଙ୍କ ଭିତରେ ଏମିତି ଛକାପଞ୍ଝା ଦେଖିବାକୁ ମିଳୁଛି । ପାକିସ୍ତାନ ସିନ୍ଧ ପ୍ରଦେଶର ସୀମା ହାଇଦର ଓ ଦିଲ୍ଲୀ ନୋଇଡାର ସଚିନଙ୍କ ପ୍ରେମ କାହାଣୀକୁ ନେଇ ଦୁଇ ଦେଶରେ ପ୍ରବଳ ଚର୍ଚ୍ଚା । ସୀମା ଭାରତ ପଳାଇ ଆସିବା ପରେ ତାଙ୍କୁ ଫେରାଇ ଦେବାକୁ ପ୍ରଥମେ ତାଙ୍କ ସ୍ୱାମୀ ଅନୁରୋଧ କରିଥିଲେ । ପରେ ସେଠାକାର ଏକ ଡକାୟତ ଗ୍ୟାଙ୍ଗ ସୀମାଙ୍କୁ ଫେରାଇବା ପାଇଁ ଭାରତକୁ ଧମକ ଦେଇଥିଲେ ।

ଏକ ଭିଡିଓ ବାର୍ତ୍ତାରେ ଉକ୍ତ ଡକାୟତମାନେ ଧମକ ଦେଇଥିଲେ ଯେ ଯଦି ସୀମାଙ୍କୁ ପାକିସ୍ତାକୁ ହସ୍ତାନ୍ତର ନ କରାଯାଏ ତେବେ ସେମାନେ ସେଠାରେ ଥିବା ହିନ୍ଦୁମାନଙ୍କୁ ନିର୍ଯାତନା ଦେବା ସହିତ ମନ୍ଦିରଗୁଡିକୁ ଆକ୍ରମଣ କରିବେ । ଆଉ ଏଇ କ୍ରମରେ ଖବର ଆସୁଛି ଯେ ସିନ୍ଧ ପ୍ରଦେଶରେ ଥିବା ଏକ ହିନ୍ଦୁ ମନ୍ଦିର ଉପରେ ରକେଟ ଲଞ୍ଚର ଦ୍ୱାରା ଆକ୍ରମଣ କରାଯାଇଛି । ଏହା ସହିତ କିଛି ମନ୍ଦିରରେ ବି ଭଙ୍ଗାରୁଜା କରାଯାଇଛି । ଯାହାକୁ ନେଇ ସେଠାକାର ପ୍ରଶାସନ ବି ଏବେ ସତର୍କ ରହିଛି । ସେପଟେ ଆସୁଥିବା ଆଉ ଏକ ଖବର ମୁତାବକ ସିନ୍ଧ ପ୍ରଦେଶର ଏକ ହିନ୍ଦୁବହୁଳ ଗାଁର ପ୍ରାୟ ୩୦ ପରିବାରକୁ କିଛି ବନ୍ଦୁକଧାରୀ ଦୁର୍ବୃତ୍ତ ବନ୍ଧକ କରି ରଖିଛନ୍ତି । ଏବଂ ସେଠାରେ ତାଙ୍କୁ ନିର୍ଯ୍ୟାତନା ଦିଆଯାଉଛି । ତେବେ ଏଇ ଘଟଣା ପରେ ପାକିସ୍ତାନରେ ବସବାସ କରୁଥିବା ହିନ୍ଦୁ ପରିବାରଗୁଡିକ ଏବେ ଭୟଭିତ ଅବସ୍ଥାରେ । କେତେବେଳେ କୌଣସି ଅଘଟଣର ଆଶଙ୍କା କରି ଏବେ ସମସ୍ତେ ଆତଙ୍କିତ  ଅବସ୍ଥାରେ । ତେବେ ପାକିସ୍ତାନୀ ପୁଲିସ ପକ୍ଷରୁ ସମସ୍ତଙ୍କୁ ସୁରକ୍ଷା ଯୋଗାଇ ଦିଆଯିବାର ପ୍ରତିଶୃତି ପରେ ସ୍ଥିତି ଟିକେ ସ୍ୱାଭାବିକ ଥିବା ଏବେ ବିଭିନ୍ନ ଗଣମାଧ୍ୟମରେ ଚର୍ଚ୍ଚା ଚାଲିଛି।

 

Related Articles

Back to top button