ଆଗାମୀ ସାତ ଦିନ ପାଇଁ ସାରା ରାଜ୍ୟରେ ପ୍ରବଳ ବର୍ଷିବ।
ଆଗାମୀ ସାତ ଦିନ ପାଇଁ ସାରା ରାଜ୍ୟରେ ବର୍ଷ ରହିବ, କାଳବୈଶାଖୀ ହବାର ମଧ୍ୟ ସମ୍ଭାବନା ରହିଛି ।

ଭୁବନେଶ୍ୱର ୨୨ମେ: ଆଗାମୀ ସାତ ଦିନ ପାଇଁ ସାରା ରାଜ୍ୟରେ ବର୍ଷ ରହିବ, କାଳବୈଶାଖୀ ହବାର ମଧ୍ୟ ସମ୍ଭାବନା ରହିଛି । ବିଜୁଳି ଘଡଧଡି ଆଉ ଝଟକା ପବନବି ରହିବାର ସମ୍ଭାବନା ରହିଛି , ତା ସହିତ ୱର୍ଣ୍ଣିଙ୍ଗ ବର୍ଷ ପାଇଁ ୱର୍ଣ୍ଣିଙ୍ଗ ଜାରି କରାଯାଇଛି । ଯଦି ଦେଖିବା ଆଗାମୀ ୨୪ ଘଣ୍ଟା ଭିତରେ କିଛି କିଛି ସ୍ଥାନରେ ତଥା ଜିଲ୍ଲା ଗୁଡିକରେ ବର୍ଷ ହବାର ୱର୍ଣ୍ଣିଙ୍ଗ ଦିଆ ଯାଇଛି, ମାଧ୍ୟମ ଧାରଣାର ବର୍ଷ,ଘଡଘଡି,ବିଜୁଳି ସହିତ ପବନ ୪୦ ରୁ ୫୦ ପରଆୱାର ରହିବ ବୋଲି ମାଲକାନଗିରି, କୋରାପୁଟ, ଗଞ୍ଜାମ, ରାୟଗଡା, ଗଜପତି, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୂଆପଡା, ବଲାଙ୍ଗୀର,ବୌଧ,ସୋନପୁର, ମୟୁରଭଞ୍ଜ, କେଉଁଝର,ଅନୁଗୁଳ,ଢେଙ୍କାନାଳ, ସୁନ୍ଦରଗଡ଼,ବାଲେଶ୍ୱର,ଭଦ୍ରକ, ଯାଜପୁର ,ଜଗତସିଂହପୁର, କେନ୍ଦ୍ରାପଡ଼ା,କଟକ,ପାରାଦୀପ,ଖୋର୍ଦ୍ଧା,ପୁରୀ ଏବଂ ନୟାଗଡ଼ ଜିଲ୍ଲାରେ ଝାଡ଼ବର୍ଷର ୱର୍ଣ୍ଣିଙ୍ଗ ଦିଆଯାଇଛି ଯେଉଁଠାରେ ବିଜୁଳି ବି ରହିପାରେ ଲୋକମାନଙ୍କୁ ସାବଧାନ ରହିବ ପାଇଁ ପଡିବ ବୋଲି ସୂଚନା ଦିଆଯାଇଛି । ୨୩ ତାରିଖରେ ବି ମାଧ୍ୟମ ଧରଣର ବର୍ଷ ସହିତ ବିଜୁଳି, ଘଡଘଡି ଓ ପବନ ୪୦ ରୁ ୫୦ ରହିବ ବୋଲି ସମ୍ଭାବନା ରହିଛି, ଯେମିତିକି, ଉପକୂଳ ଅନ୍ତର୍ଭୂକ୍ତ ଜିଲ୍ଲା ଗୁଡିକ ତଥା ଗଞ୍ଜାମ ,ଗଜପତି,କୋରାପୁଟ,ମାଲକାନଗିରି,ରାୟଗଡା,କଳାହାଣ୍ଡି,କନ୍ଧମାଳ,ମୟୁରଭଞ୍ଜ,କେଉଁଝର,ସୁନ୍ଦରଗଡ଼,ବାଲେଶ୍ୱର,ଭଦ୍ରକ ଏବଂ ଯାଜପୁର ଜିଲ୍ଲାରେ ୨୪ ତାରିଖ ପାଇଁ ବି ୟେଲୋ ୱର୍ଣ୍ଣିଙ୍ଗ ଲାଗୂରହିବ । ତା ସହ ବରଗଡ଼,ସୁନ୍ଦରଗଡ଼,ଝାରସୁଗୁଡା,ସମ୍ବଲପୁର,କେଉଁଝର,ମୟୁରଭଞ୍ଜ,କୋରାପୁଟ,ମାଲକାନଗିରି ଏବଂ ରାୟଗଡା ଜିଲ୍ଲାରେ ୨୫ ତାରିଖ ରେ ଜାରିରହିବା ସହ ୟେଲୋ ୱର୍ଣ୍ଣିଙ୍ଗ ଦିଆଯାଇଛି ।ବରଗଡ଼,ସୋନପୁର,ସମ୍ବଲପୁର,ଝାରସୁଗୁଡା,ଦେଓଗଡ଼,କଟକ,ସୁନ୍ଦରଗଡ଼,ମୟୁରଭଞ୍ଜ,ବାଲେଶ୍ୱର,ମାଲକାନଗିରି,କୋରାପୁ,ରାୟଗଡା,ନବରଙ୍ଗପୁର,ଗଞ୍ଜାମ ଏବଂ ଗଜପତି ଜିଲ୍ଲାରେ ୨୫ ତାରିଖରେ ୟେଲୋ ୱର୍ଣ୍ଣିଙ୍ଗ ଜାରିରହିବ । ଏବଂ ୨୬ ରୁ ୨୭ ତାରିଖରୁ ବଢିବାର ସମ୍ଭାବନା ରହିଛି, ଗୋଟେ କିମ୍ବା ଦୁଇଟା ସ୍ଥାନରେ ପ୍ରବଳ ବର୍ଷ ହବର ସମ୍ଭାବନା ରହିଛି ଯେମିତିକି ମାଲକାନଗିରି,କୋରାପୁଟ,ରାୟଗଡଜିଲ୍ଲାରେ । ତାପମାତ୍ରା କଥା କହିଲେ ଆଗାମୀ ଚବିଶ ଘଣ୍ଟା ପର୍ଯନ୍ତ ଅତ୍ୟଧିକ ରହିପରି ଓ ତାପରେ ହ୍ରାସ ପାଇବାର ରହିଛି । ଆଗାମୀ ୨୪ ଘଣ୍ଟା ପାଇଁ ଦିନ ତାପମାତ୍ରାର ପରିବର୍ତ୍ତନ ହବାର କିଛି ସମ୍ଭାବନା ନାହିଁ, ୨୪ ଘଣ୍ଟା ପରେ ଦୁଇ ରୁ ତିନି ଡିଗ୍ରୀ ତାପମାତ୍ରା ହ୍ରାସ ପାଇବାର ସମ୍ଭାବନା ରହିଛି ତା ପରବର୍ତ୍ତୀ ତିନି ଚାରିଦିନ ପର୍ଯନ୍ତ । ୨୭ ତାରିଖରୁ ବେ ଅଫ ବେଙ୍ଗଲରେ ଲୋ ପ୍ରେସରସୃଷ୍ଟି ହେବାର ସମ୍ଭାବନା ରହିଛି ଯାହା ଆଗକୁ ଘନୀଭୂତ ହୋଇପାରେ, ଯାହାର ପ୍ରଭାବରେ ଓଡ଼ିଶାରେ ଭୀଷଣ ବର୍ଷ ହୋଇପାରେ ।