ଓଡ଼ିଶା

୮ ଦିନର ସଂଘର୍ଷ ପରେ ହାରିଗଲେ ଗଜରାଜ, ଶେଷରେ ଆଖି ବୁଜିଲା ଗୁଳିବିଦ୍ଧ ଦନ୍ତା

ଆଠଗଡ: ଦୀର୍ଘ ୮ ଦିନର ସଂଘର୍ଷ ପରେ ଆଖିବୁଜିଲା ଗୁଳିବିଦ୍ଧ ଦନ୍ତା । ଜୟପୁର ଜଙ୍ଗଲରେ ଅସୁସ୍ଥ ହୋଇ ମୃତ୍ୟୁ ସହିତ ସଂଘର୍ଷ କରୁଥିବା ଦନ୍ତା ହାତୀଟି ଶେଷରେ ମୃତ୍ୟୁ ବରଣ କରିଥିବା ରେଞ୍ଜର ପ୍ରଫୁଲ୍ଲ କୁମାର ଦେହୁରୀ ସୂଚନା ଦେଇଛନ୍ତି । ଆଜି ସକାଳେ ଅସୁସ୍ଥ ଦନ୍ତାହାତୀ ଦୀର୍ଘ ଦିନ ପରେ କଡ଼ ଲେଉଟାଇଥିଲା ।

ଜେସିପି ମାଧ୍ୟମରେ ବେଲ୍ଟ ଲଗାଇ ହାତୀକୁ କଡ଼ ଲେଉଟାଯାଇଥିଲା । ଗୋଟିଏ ପଟରେ ସୋଇ ସୋଇ ହାତୀର ଗୋଟିଏ ପାଖରେ କେତେକ ସ୍ଥାନରେ ଘା ସୃଷ୍ଟି ହୋଇ ଯାଇଥିବା ବେଳେ ନରସିଂହପୁର ପ୍ରାଣୀ ଚିକିତ୍ସା ଅଧିକାରୀ ଏବଂ ତାଙ୍କ ଟିମ୍ ଅସୁସ୍ଥ ହାତୀର ଚିକିତ୍ସା କରୁଥିଲେ । ହାତୀକୁ ୧୫ ଟି ସାଲାଇନ ସହିତ ଔଷଧ ଇଞ୍ଜେକ୍ସନ ଦିଆଯାଇ ଚିକିତ୍ସା କରାଯାଉଥିଲା । ହାତୀଟି ଚୋପାଥିବା ଖାଦ୍ୟ ଖାଇବାରେ ସମସ୍ୟା ହେଉଥିଲା ।

ଫଳରେ ଫଳ ଖାଇବାରେ ହେଉଥିଲା ସମସ୍ୟା । ହାତୀକୁ ତରଭୁଜ ଆଦି କେତେକ ଫଳ ଚୋପା ଛଡାଇ ଦିଆଯାଉଥିଲା । ଧୀରେ ଧୀରେ ହାତୀର ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସୁଥିଲା । ହେଲେ ଏବେ ସେ ସବୁଦିନ ପାଇଁ ଆଖିବୁଝୁଛି । ସୂଚନା ଥାଉକି ଗତ କିଛିଦିନ ତଳେ ଜଙ୍ଗଲରେ ତାଙ୍କୁ ଗୁଳିବିଦ୍ଧ କରାଯାଇଥିଲା । ଦନ୍ତାକୁ ଶିକାରୀ ୬ ରାଉଣ୍ଡ ଗୁଳି କରିଥିଲେ । ଫଳରେ ହାତୀର ଅବସ୍ଥା ଶୋଚନୀୟ ହୋଇପଡିଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com