ଓଡ଼ିଶା

ଯୁକ୍ତ ୩ ସେମିଷ୍ଟାର ପରୀକ୍ଷାକୁ ଛାତ୍ରଛାତ୍ରୀଙ୍କ ବିରୋଧ, କଲେଜ ଗେଟ୍ ସମ୍ମୁଖରେ ଟାୟାର ଜାଳି ରାସ୍ତା ଅବରୋଧ

ଆନନ୍ଦପୁର () ମାର୍ଚ୍ଚ ୨୧ରୁ ଆରମ୍ଭ ହୋଇ ୨୯ ତାରିଖରେ ସରିବ ଯୁକ୍ତ ୩ ଶେଷବର୍ଷ ପଞ୍ଚମ ସେମିଷ୍ଟାର ପରୀକ୍ଷା । ଅଫଲାଇନ୍ ମୋଡ୍ ରେ ହେବ ପରୀକ୍ଷା । ହେଲେ ଛାତ୍ରଛାତ୍ରୀ କ୍ଲାସ୍ କରିଛନ୍ତି ଅନଲାଇନରେ । ପୁଣି କୋର୍ସ ବି ସରିନାହିଁ । ଏହାପରେ ଆସନ୍ତା ଅପ୍ରେଲରୁ ପୁଣି ଷଷ୍ଠ ସେମିଷ୍ଟାର ପରୀକ୍ଷା । ଗୋଟିଏ ସେମିଷ୍ଟାର ପାଇଁ ଉଚ୍ଚଶିକ୍ଷା ବିଭାଗ ୬ ମାସ ସମୟ ସୀମା ରଖିଥିବା ବେଳେ ପିଲାଙ୍କୁ ଏଥର ମିଳିଛି ତିନି ମାସରୁ କମ୍ ସମୟ । ଯାହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି ।
ସୋମବାର ପଞ୍ଚମ ସେମିଷ୍ଟାରର ଅଫଲାଇନ୍ ମୋଡ୍ କୁ ବିରୋଧ କରି ଆନନ୍ଦପୁର ମହାବିଦ୍ୟାଳୟ ଛାତ୍ରଛାତ୍ରୀ ଅସନ୍ତୋଷ ପ୍ରକାଶ କରିଛନ୍ତି । କଲେଜ ଗେଟ୍ ସମ୍ମୁଖରେ କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗର ଛାତ୍ରଛାତ୍ରୀମାନେ ଟାୟାର ଜାଳି ପ୍ରତିବାଦ କରିଛନ୍ତି । ତୁରନ୍ତ ଅଫଲାଇନ୍ ପରୀକ୍ଷାକୁ ବାତିଲ ପାଇଁ ଦାବି ରଖିଛନ୍ତି ଛାତ୍ରଛାତ୍ରୀ । ସେପଟେ ଠିକ୍ ଭାବେ ପାଠପଢା ହୋଇପାରିନଥିବା କଥା ସ୍ବୀକାର କରିଛନ୍ତି କଲେଜ ଅଧ୍ୟକ୍ଷ । ପିଲାଙ୍କ ସମସ୍ୟା ନେଇ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିବା କଲେଜ ଅଧ୍ୟକ୍ଷ କହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com