ଜାତୀୟ
ଭାରତରେ ସାଧାରଣ ନିର୍ବାଚନ ପୂର୍ବରୁ ବଡ଼ ଆକଳନ କରିଛି ବିଶ୍ବବ୍ୟାଙ୍କ

ଭାରତରେ ସାଧାରଣ ନିର୍ବାଚନ ପୂର୍ବରୁ ବଡ଼ ଆକଳନ କରିଛି ବିଶ୍ବବ୍ୟାଙ୍କ। ୨୦୨୪ରେ ଭାରତୀୟ ଅର୍ଥନୀତି ୭.୫% ହାରରେ ଅଭିବୃଦ୍ଧି କରିବ ବୋଲି ବିଶ୍ବବ୍ୟାଙ୍କ କହିଛି।
ପୂର୍ବରୁ ଭାରତର ଅଭିବୃଦ୍ଧି ହାର ୬.୩% ଆକଳନ କରିଥିବା ବେଳେ ଏବେ ସଦ୍ୟ ପ୍ରକାଶିତ ରିପୋର୍ଟରେ ୭.୫%କୁ ବୃଦ୍ଧି କରିଛି। ସେହିଭଳି ଭାରତ, ପାକିସ୍ତାନ ଏବଂ ଶ୍ରୀଲଙ୍କା ଭଳି ଦେଶକୁ ନେଇ ସମଗ୍ର ଦକ୍ଷିଣ ଏସିଆର ଆର୍ଥିକ ଆଭିବୃଦ୍ଧି ୨୦୨୪ରେ ୬.୩% ରହିବ ବୋଲି ଆକଳନ କରାଯାଇଛି।