ଶିକ୍ଷା

ବାଇଜୁସ ଉପରେ କାର୍ଯ୍ୟାନୁଷ୍ଠାନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତରଫରୁ ଅନଲାଇନ୍ ଶିକ୍ଷା ପୋର୍ଟାଲ ବାଇଜୁସ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ବାଇଜୁସ୍ ତରଫରୁ ବିଦେଶୀ ଫଣ୍ଡିଂ ଆଇନ ଉଲଙ୍ଘନ ମାମଲାରେ ବାଇଜୁସକୁ ୯ ହଜାର କୋଟି ଟଙ୍କା ପୈଠ କରିବାକୁ ଇଡି ତରଫରୁ ନିର୍ଦ୍ଦେଶ ଦିଆଯାଇଛି ।

ଚଳିତ ବର୍ଷ ପ୍ରାରମ୍ଭରେ ଇଡି ବାଇଜୁସର ବିଭିନ୍ନ କାର୍ଯ୍ୟାଳୟ ଉପରେ ଚଢାଉ କରି କହିଥିଲା କି, ବାଇଜୁ କମ୍ପାନୀ ଲୋକପ୍ରିୟ ଅନଲାଇନ ଏଜୁକେଶନ ପୋର୍ଟାଲ ନାମରେ ଏକ କମ୍ପାନୀ ଚାଲଇଛି । ଏହି କମ୍ପାନୀର ବିଭିନ୍ନ କାର୍ଯ୍ୟାଳୟ ଉପରେ ଚଢାଉ କରାଯିବା ପରେ ଅନେକ ଆପତ୍ତିଜନକ ଦସ୍ତାବିଜ ଓ ଡିଜିଟାଲ ଡାଟା ଜବତ କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com