ବାଣିଜ୍ୟ

ଜାନୁଆରୀ ୭ ରୁ ରାଉରକେଲାରୁ ଭୁବନେଶ୍ୱରକୁ ଉଡ଼ିବ ବିମାନ

ଭୁବନେଶ୍ୱର, ୩୦/୧୨/୨୦୨୨ –    ରାଉରକେଲାରୁ ଭୁବନେଶ୍ୱରକୁ ବିମାନ ଉଡ଼ାଣ ନେଇ ଶୁକ୍ରବାରରୁ ଆରମ୍ଭ ହେବ ATR ୭୨ ଏୟାରକ୍ରାଫ୍ଟର ପରୀକ୍ଷାମୂଳକ ଉଡ଼ାଣ । ଏହାପରେ D.G.C.A ରାଉରକେଲା ବିମାନ ବନ୍ଦରରୁ A.T.R ୭୨ ଏୟାରକ୍ରାଫ୍ଟ ଉଡାଣ ପାଇଁ ଆଲିଆନ୍ସ ଏୟାରକୁ ଅନୁମତି ଦେବେ । ଭୁବନେଶ୍ୱର ବିମାନ ବନ୍ଦରରୁ ବିମାନ ଅପରାହ୍ନ ୨.୫୫ ମିନିଟରେ ଉଡ଼ାଣ ଆରମ୍ଭ କରିବ ଏବଂ ରାଉରକେଲା ବିମାନ ବନ୍ଦରରେ ୩.୫୦ ମିନିଟରେ ଅବତରଣ କରିବ । ସେହିପରି ରାଉରକେଲା ବିମାନ ବନ୍ଦରରୁ ଉକ୍ତ ବିମାନ ଅପରାହ୍ନ ୪.୧୫ ମିନିଟରେ ଛାଡି ଭୁବନେଶ୍ୱର ବିମାନ ବନ୍ଦରରେ ୫.୧୦ ମିନିଟରେ ପହଞ୍ଚିବ । ଏହାପରେ ଜାନୁଆରୀ ୭ ରୁ ରାଉରକେଲାରୁ ଭୁବନେଶ୍ୱରକୁ ଉଡ଼ିବ ବିମାନ । ଏହାର ଭଡ଼ା ୨୬୮୦ ଟଙ୍କା ରଖାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com