ଜାତୀୟ

ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଡିବେଟ୍ କରିବାକୁ ଚାହାନ୍ତି ଇମ୍ରାନ ଖାନ, କହିଲେ…

ନୂଆଦିଲ୍ଲୀ() ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଦେଇଛନ୍ତି ବଡ ବୟାନ। ସେ କହିଛନ୍ତି ଦୁଇ ପଡୋଶୀଙ୍କ ମଧ୍ୟରେ ମତଭେଦର ସମାଧାନ ପାଇଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ସେ ଟେଲିଭିଜନରେ ବିତର୍କ କରିବାକୁ ଚାହାନ୍ତି।

ମଙ୍ଗଳବାର ଇମ୍ରାନ ଖାନ କହିଛନ୍ତି, ମୁଁ ଟିଭିରେ ନରେନ୍ଦ୍ର ମୋଦୀଙ୍କ ସହ ବିତର୍କ କରିବାକୁ ପସନ୍ଦ କରିବି। ଏଥିରେ ଉପ ମହାଦ୍ଵୀପର କୋଟି କୋଟି ଜନତାଙ୍କ ପାଇଁ ଫଳପ୍ରଦ ହେବ। ଯଦି ମତଭେଦକୁ ଆଲୋଚନା ଜରିଆରେ ସମାଧାନ କରାଯାଇ ପାରିବ ତେବେ ଏହା ଦୁଇ ଦେଶ ପାଇଁ ଭଲ। ଇମ୍ରାନ କହିଛନ୍ତି, ଭାରତ ଏକ ଶତ୍ରୁତାପୂର୍ଣ୍ଣ ଦେଶ ପାଲଟି ସାରିଛି। ଏଥିପାଇଁ ସେମାନଙ୍କ ସହିତ କାରବାର ସର୍ବନିମ୍ନ ସ୍ତରରେ ପହଞ୍ଚିଛି। ଆମ ସରକାରଙ୍କ ନୀତି ସମସ୍ତ ଦେଶ ସହିତ କାରବାର ସମ୍ବନ୍ଧକୁ ବଜାୟ ରଖିବା ବୋଲି ଇମ୍ରାନ କହିଛନ୍ତି।

ଭାରତ ସହିତ ସମ୍ବନ୍ଧ ବିଷୟରେ ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ତାଙ୍କ ସରକାର କାଶ୍ମୀର ବିବାଦର ସମାଧାନ କରିବା ପାଇଁ କ୍ଷମତାକୁ ଆସିବା ମାତ୍ରେ ପ୍ରଥମେ ଭାରତ ସହିତ ଯୋଗାଯୋଗ କରିଥିଲା। ତେବେ ଭାରତକୁ ବର୍ତ୍ତମାନ ନାଜିବାଦ ପ୍ରେରିତ ବିଚାରଧାରା କବଜା କରି ନେଇଥିବା ଇମ୍ରାନ କହିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com