ବାଣିଜ୍ୟ

ଓଡ଼ିଶାରେ ହେବ ୧୪ଟି ସାମୁଦ୍ରିକ ବନ୍ଦର !

ଭୁବନେଶ୍ୱର, ୧୬/୦୩/୨୦୨୩ –   ଓଡ଼ିଶାରେ ୧୪ଟି ସାମୁଦ୍ରିକ ବନ୍ଦର ପାଇଁ ସ୍ଥାନ ଚିହ୍ନଟ କରାଯାଇଛି । ଏଥିମଧ୍ୟରୁ ଧାମରା ଓ ଗୋପାଳପୁରରେ ଦୁଇଟି ଅଣବୃହତ ବନ୍ଦର କାର୍ଯ୍ୟକ୍ଷମ ରହିଛି । ସୁବର୍ଣ୍ଣପୁର ଓ ଅସ୍ତରଙ୍ଗ ମୁହାଣରେ ବନ୍ଦର କାମ ଚାଲିଛି । ସବୁ ଜିନିଷ ସୁବ୍ୟବସ୍ଥିତ କରିବା ପାଇଁ IIT ମାଡ୍ରାସ ସହ ୧୬କୋଟି ୮୫ଲକ୍ଷ ୪ଶହ ଟଙ୍କାର ଚୁକ୍ତି ହୋଇଛି ।

ବାକି ୧୦ଟାରୁ ବାଲେଶ୍ୱର ଜିଲ୍ଲାର ବିଚିତ୍ରପୁର, ଚାନ୍ଦିପୁର, ଇଞ୍ଚୁଡ଼ି ସହ ଭଦ୍ରକ, ପୁରୀ ଓ ଗଞ୍ଜାମରେ ଅଣବୃହତ ବନ୍ଦର ନିର୍ମାଣ ହେବ। ସେହିପରି କେନ୍ଦ୍ରାପଡ଼ା ମହାକାଳପଡ଼ା ମହାନଦୀ ନିକଟରେ ନଦୀଭିତ୍ତିକ ବନ୍ଦର ପାଇଁ ପ୍ରସ୍ତାବ ରହିଛି । ଏହାର ସର୍ଭେ ପାଇଁ WAPCOSକୁ ୭୪ କୋଟି ଦିଆଯାଇଛି । ସବୁ କାମ ସରକାରୀ ଓ ଘରୋଇ ସହାଭାଗିତାରେ ଚାଲିଛି । ରାଜ୍ୟ ସରକାର କେବଳ ଲିଜ ସୂତ୍ରରେ ଜମି ଯୋଗାଇ ଦେଉଛନ୍ତି ।

ସେହିଭଳି ରାଜ୍ୟରେ ୫୫ଟି ନୂଆ ବସଷ୍ଟାଣ୍ଡ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ସେଥିରୁ ୧୦ଟିର ଉଦଘାଟନ କରାଯାଇଛି। ଦ୍ଵିତୀୟ ପର୍ୟ୍ୟୟରେ ୫୦ଟି ବସଷ୍ଟାଣ୍ଡ ହେବ । ସେଥିପାଇଁ ଜମି ଚିହ୍ନଟ ପ୍ରକିୟା ଜାରି ରହିଛି ବୋଲି ବିଧାନସଭାରେ ଉତ୍ତର ରଖିଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ।

Related Articles

Back to top button
WP Twitter Auto Publish Powered By : XYZScripts.com