ଜାତୀୟରାଜନୀତି

ଆଜମ୍‌ ଖାଁଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ମଞ୍ଜୁର

ନୂଆଦିଲ୍ଲୀ:ସୁପ୍ରିମ୍‌ କୋର୍ଟ ଆଜି ଏକ ଠକେଇ ମାମଲାରେ ସମାଜବାଦୀ ପାର୍ଟିର ନେତା ଆଜମ୍‌ ଖାଁଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ମଞ୍ଜୁର କରିଛନ୍ତି। ଅସାଧାରଣ ତଥ୍ୟାବଳୀ ଉପସ୍ଥାପନ କରାଯାଇ ମାମଲା କରାଯାଇଥିବାରୁ ଖାଁଙ୍କୁ ଜାମିନ ଦେବା ନିମନ୍ତେ ଅଦାଲତ ଧାରା ୧୪୨ ପ୍ରୟୋଗ କରିଛନ୍ତି। ରାମପୁର ପବ୍ଲିକ୍‌ ସ୍କୁଲ୍‌ ସଂକ୍ରାନ୍ତ ଜମି ହଡ଼ପ ଓ ଜାଲିଆତି ଘଟଣା ସହ ଏହି ମାମଲାର ସମ୍ପୃକ୍ତି ଅଛି। ସ୍କୁଲ୍‌ ନିମନ୍ତେ ସ୍ବୀକୃତି ପାଇବା ଲାଗି ଆଜମ୍‌ ଖାଁ ‘ବିଲ୍‌ଡିଙ୍ଗ୍‌ ସାର୍ଟିଫିକେଟ୍‌’ ଜାଲିଆତି କରିଥିଲେ ବୋଲି ଅଭିଯୋଗ ହୋଇଥିଲା। ବିଚାରପତି ଏଲ୍‌ଏନ୍‌ ରାଓ, ବିଆର୍‌ ଗୱାଇ ଏବଂ ଏ.ଏସ୍‌. ବୋପନ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ‘ରିଟ୍‌ ପିଟିସନ୍‌’ ଶୁଣାଣି କରୁଥିଲେ। ଆହ୍ଲାବାଦ ହାଇକୋର୍ଟ ଖାଁଙ୍କର ଜାମିନ ଆବେଦନ ହସ୍ତାନ୍ତର କରିବାରେ ବିଳମ୍ବ କରିବା ପ୍ରସଙ୍ଗରେ ମଧ୍ୟ ପୂର୍ବରୁ ଉକ୍ତ ଖଣ୍ଡପୀଠ ଉଦ୍‌ବେଗ ପ୍ରକାଶ କରିଥିଲେ। ମଙ୍ଗଳବାର ଦିନ ଅଦାଲତ ତାଙ୍କ ମାମଲାର ରାୟ ସଂରକ୍ଷିତ ରଖିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com