ଜାତୀୟସ୍ୱାସ୍ଥ୍ୟ

ଲକ୍ଷ୍ନୌ ଜିଲ୍ଲା ଜେଲ୍‌ରେ ୩୬ ନୂଆ ବନ୍ଦୀ ଏଚଆଇଭି ସଂକ୍ରମିତ ହୋଇଥିବା ଜଣାପଡିଛି

ଲକ୍ଷ୍ନୌ ଜିଲ୍ଲା ଜେଲ୍‌ରେ ୩୬ ନୂଆ ବନ୍ଦୀ ଏଚଆଇଭି ସଂକ୍ରମିତ ହୋଇଥିବା ଜଣାପଡିଛି । ଏହାଦ୍ୱାରା ଜେଲ୍ ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗରେ ଆତଙ୍କ ଖେଳିଯାଇଛି । ସଂକ୍ରମିତଙ୍କୁ ମେଡିସିନ୍ ଦିଆଯାଉଛି ।

ଡାକ୍ତରୀ ଟିମ୍ ସଂକ୍ରମିତଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିଛନ୍ତି । ତେବେ କେଉଁ କାରଣରୁ ସଂକ୍ରମଣ ବ୍ୟାପିଛି ସେ ବିଷୟରେ ଅନୁସନ୍ଧାନ ଆରମ୍ଭ ହୋଇଛି । ଏଡସ୍ ନିୟନ୍ତ୍ରଣ ସୋସାଇଟି ନିର୍ଦ୍ଦେଶରେ ସ୍ୱାସ୍ଥ୍ୟ ବିଭାଗ ଡିସେମ୍ବର ୨୦୨୩ରେ ଜିଲ୍ଲା ଜେଲ୍‌ରେ ଏଚଆଇଭି ସ୍କ୍ରିନିଂ କରାଇଥିଲେ । ଏଥିରେ ୩୦୦୦ରୁ ଅଧିକ ବନ୍ଦୀଙ୍କ ଯାଞ୍ଚ ହୋଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com