ଭୁବନେଶ୍ୱର, ୨୩/୧୨/୨୦୨୨- ଶନିବାର ଠାରୁ ଉଚ୍ଛେଦ ବନ୍ଦ କରିବ ଭୁବନେଶ୍ୱର ମହାନଗର ନିଗମ । ଏପରି କହିଛନ୍ତି BMCର ନର୍ଥ ଜୋନ ଆସିଷ୍ଟାଣ୍ଟ କମିଶନର । ଉଠା ଦୋକାନୀଙ୍କ ଆନ୍ଦୋଳନ ପରେ BMC ଉଚ୍ଛେଦ ବନ୍ଦ ରଖିବ ଏବଂ ଉଚ୍ଛେଦ ପୂର୍ବରୁ ସଂଘ ସହ ଆଲୋଚନା ହେବ । ପରବର୍ତ୍ତୀ ପର୍ଯ୍ୟାୟରେ ଥଇଥାନ ନେଇ ନିଷ୍ପତ୍ତି ନିଆଯିବ ଆସିଷ୍ଟାଣ୍ଟ କମିଶନର ସୂଚନା ଦେଇଛନ୍ତି ।
ଶୁକ୍ରବାର ଡମଣା ଓ ପଟିଆ ଅଞ୍ଚଳର ରାସ୍ତା କଡ଼ରେ ଥିବା କିଛି ଦୋକାନ ଭଙ୍ଗା ଯାଇଥିଲା । ଏହାକୁ ପ୍ରତିବାଦ କରି କିଛି ଉଠା ଦୋକାନୀ ରାସ୍ତାକୁ ଓହ୍ଲାଇଥିଲେ । ସେମାନଙ୍କ ଅଭିଯୋଗ ଅନୁସାରେ BMC ପ୍ରଥମେ ଥଇଥାନ କରୁ ପରେ ଦୋକାନ ଉଠାଉ ବୋଲି ଦାବି ଜଣାଇଥିଲେ । ଉଚ୍ଛେଦ ଦ୍ୱାରା ଦୋକାନୀଙ୍କ ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଉଛି । ଏହି କ୍ଷତି ପୂରଣ କିଏ ଦେବ ବୋଲି ଜନସାଧାରଣ ପ୍ରତିବାଦ କରିଥିଲେ । ଆଗକୁ ହକି ଖେଳ ଆସୁିଛି ତେଣୁ ସୌନ୍ଦର୍ଯ୍ୟ କରଣ ନାମରେ BMC ଏପରି କରୁଛି ବୋଲି ଅଭିଯୋଗ ଆଣିଛନ୍ତି ।