
ଦୀପାବଳୀ ପାଳନ ନେଇ ମାନ୍ୟବର ସୁପ୍ରିମ କୋର୍ଟଙ୍କ ଆଦେଶକୁ କଲେ ଫୁ । କେହି ଆଇନ ତ ମାନିଲେ ନାହିଁ ପୋଲିସ୍ ମଧ୍ୟ ଅମାନିଆଙ୍କୁ ନିୟନ୍ତ୍ରଣ କରିବାରେ ବିଫଳ ହେଲା । ଦିଲ୍ଲୀବାସୀ ଦୀପାବଳୀ ପାଳନ ବେଳେ ମାନିଲେ ନାହିଁ କଟକଣା । ପ୍ରତିବନ୍ଧକ ସତ୍ତ୍ୱେ ଫୁଟାଇଲେ ବାଣ । ଏବେ ଅସମ୍ଭାଳ ହୋଇଛି ପରିସ୍ଥିତି । ନିଜେ ଆଇନ ଭାଙ୍ଗିବା ଦ୍ୱାରା ଦିଲ୍ଲୀରେ ଶବ୍ଦ ପ୍ରଦୂଷଣ ହେବା ସହ ବାୟୁ ପ୍ରଦୂଷଣ ଏପରି ହୋଇଛି ଯେ ସ୍ଥାନୀୟ ଲୋକେ ଅତ୍ୟଧିକ ଧୂଆଁ କାରଣରୁ ଆଖିରେ ଜଳାପୋଡ଼ା ନେଇ ଅଭିଯୋଗ କରୁଛନ୍ତି। ବାଣ ଫୁଟାଇବା ଯୋଗୁଁ ୧୦ ଗୁଣା ବଢିଛି ପ୍ରଦୂଷଣର ମାତ୍ରା । ଦିଲ୍ଲୀ ବାସୀଙ୍କୁ ଭାରି ପଡ଼ିଛି ଦୀପାବଳିରେ ବାଣ ଫୁଟାଇବା । ଏହା କେବଳ ବାୟୁ ପ୍ରଦୂଷଣ ନୁହେଁ ବରଂ ଶବ୍ଦ ପ୍ରଦୂଷଣ ମାତ୍ରା ବଢାଇ ଦେଇଛି । ସକାଳୁ ସକାଳୁ ଦିଲ୍ଲୀ ଏନସିଆର ଅଂଚଳùe ଧୂଆଁର ଘନ ଆସ୍ତରଣ ଦେଖିବାକୁ ମିଳିଛି । ସକାଳର ଏୟାର କ୍ୱାଲିଟି ଇଣ୍ଡେକ୍ସ ଅନୁସାରେ ୩୪୨ରେ ପ୍ରଦୂଷଣ ସ୍ତର ପହଞ୍ଚିଛି । ଯାହା ଅତ୍ୟନ୍ତ ଖରାପ । ପୂର୍ବରୁ ନଡ଼ା ଜାଳିବା ଯୋଗୁଁ ବାୟୁ ପ୍ରଦୂଷଣ ଲାଗି ରହିଥିଲା । ଦିପାବଳୀରେ ଲଗାତର ବାଣ ଫୁଟାଇବା ଯୋଗୁଁ ଏହି ପ୍ରଦୂଷଣ ଆହୁରି ବଢିଯାଇଛି ।,ଏହା ବ୍ୟତୀତ ପାଣିପାଗ ବିଭାଗ କହିଛି ଯେ ପବନର ବେଗ ମନ୍ଥର ହେତୁ ଦିଲ୍ଲୀ-ଏନସିଆରର ବାୟୁ ବିଷାକ୍ତ ହୋଇଯାଉଛି। ରାଜଧାନୀ ଦିଲ୍ଲୀରେ ବାୟୁମାନ ସୂଚକାଙ୍କ ବିପଜ୍ଜନକ ଶ୍ରେଣୀରେ ରହିଛି। ଦିଲ୍ଳୀରେ ବାୟୁମାନ ସୂଚକାଙ୍କ ୩୨୩ ନୋଏଡାରେ ୩୪୨ ରହିଥିଲା। ଦିଲ୍ଳୀରେ କିଛି ଅଞ୍ଚଳରେ ଏହା ୪୦୦ ପାର୍ କରିଛି। ବାଣ ଫୁଟାଇବା ପାଇଁ କରାଯାଇଥିବା ନିୟମ ପରେ ବି ସନ୍ଧ୍ୟା ହେବା ମାତ୍ରେ ଦିଲ୍ଳୀର ବିଭିନ୍ନ ଅଞ୍ଚଳରେ ଲୋକମାନେ ବାଣ ଫୁଟାଇବା ଆରମ୍ଭ କରିଥିଲେ। ଲୋକେ ପ୍ରତିବନ୍ଧକକୁ ନମାନି ଖାଲି ବାଣ ଫୁଟାଇ ନାହାନ୍ତି ବରଂ ଖୁବ୍ ଶବ୍ଦ କରୁଥିବା ବାଣ ସବୁ ଫୁଟାଇଛନ୍ତି । ଦକ୍ଷିଣ ଦିଲ୍ଲୀର ଇଷ୍ଟ ଅଫ୍ କୈଲାଶ, ନେହରୁ, ପ୍ଲେସ, ମୂଲଚନ୍ଦ ସହ ଅନ୍ୟ ଅଞ୍ଚଳରେ ସନ୍ଧ୍ୟାରୁ ହିଁ ବାଣ ଫୁଟା ଆରମ୍ଭ ହୋଇଯାଇଥିଲା। ପୂର୍ବ ଏବଂ ଉତ୍ତର ପୂର୍ବ ଦିଲ୍ଳୀର ଲକ୍ଷ୍ମୀ ନଗର, ମୟୂର ବିହାର, ଶାହଦରା, ଯମୁନା ବିହାର ସମେତ ଅନେକ ଅଞ୍ଚଳରେ ଏହି ସ୍ଥିତି ରହିଥିଲା।