ରାଜନୀତି

ଦିଲ୍ଲୀ ଅବକାରୀ ଦୁର୍ନୀତି ସହ ଜଡ଼ିତ ମନି ଲଣ୍ଡରିଂ

ଦିଲ୍ଲୀ ଅବକାରୀ ଦୁର୍ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଶନିବାର ଆପ୍ ସାଂସଦ ସଞ୍ଜୟ ସିଂହଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି।

ମନି ଲଣ୍ଡରିଂ ଆଇନର ବିଭିନ୍ନ ଧାରା ଅଧୀନରେ ତଦନ୍ତକାରୀ ସଂସ୍ଥା ରାଉଜ୍ ଆଭେନ୍ୟୁ କୋର୍ଟ ଏହି ଚାର୍ଜ ସିଟ୍ ଦାଖଲ କରିଛନ୍ତି। ଏହି ମାମଲାରେ ଏହା ଏକ ଅତିରିକ୍ତ ଚାର୍ଜ ସିଟ୍। କାରଣ ଏଜେନ୍ସି ପୂର୍ବରୁ ପ୍ରାୟ ପାଞ୍ଚଟି ଅଭିଯୋଗ ଦାଖଲ କରିସାରିଛି। ଏହି ଚାର୍ଜସିଟ୍ ୬୦ ପୃଷ୍ଠା ସମ୍ବଳିତ ।

Related Articles

Back to top button