ଓଡ଼ିଶା

କୋରାପୁଟ: ବିଜୁ ସ୍ୱାସ୍ଥ୍ୟ କାର୍ଡ ସହ ବଡ଼ ଯୋଜନା ଘୋଷଣା

ଭୁବନେଶ୍ୱର: କୋରାପୁଟ ଜିଲ୍ଲା ପାଇଁ ଭର୍ଚୁଆଲ୍‌ ମୋଡ୍‌ରେ BSKY ସ୍ମାର୍ଟ ହେଲ୍‌ଥ୍‌ କାର୍ଡ ବଣ୍ଟନ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ଆଗାମୀ ଦିନରେ ଜିଲ୍ଲାରେ କଫି ଚାଷ ବ୍ୟାପକ କରିବାକୁ ସରକାରଙ୍କ ଯୋଜନା ରହିଛି ବୋଲି ଘୋଷଣା କରିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଆଗାମୀ ୫ ବର୍ଷରେ କୋରାପୁଟ ଜିଲ୍ଲାର ୫ ହଜାର ହେକ୍ଟର ଜମିରେ କଫି ଚାଷ ପାଇଁ ସରକାର ଲକ୍ଷ୍ୟ ରଖିଛନ୍ଯାତି ବୋଲି ଶନିବାର ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଜିଲ୍ଲାରେ ୩ ଲକ୍ଷ ୭୦ ହଜାର ହିତାଧିକାରୀଙ୍କୁ BSKY ସ୍ମାର୍ଟ ହେଲ୍‌ଥ୍‌ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ବେଳେ ଏହି ସୂଚନା ଦେଇଛନ୍ତି ନବୀନ । କୋରାପୁଟ କଫି, ଜିଲ୍ଲା ପାଇଁ ନୂଆ ପରିଚୟ ଓ ବ୍ରାଣ୍ଡ୍‌ ସୃଷ୍ଟି କରିଛି ବୋଲି ମଧ୍ୟ ସେ କହିଛନ୍ତି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅନ୍ତର୍ଗତ କୋରାପୁଟ ଜିଲ୍ଲାର 12 ଲକ୍ଷ ହିତାଧିକାରୀ ଉପକୃତ ହେବେ । ଏହାସହ ଏହି ଅବସରରେ ମୁଖ୍ୟମନ୍ତ୍ରୀ ୧୨୨ କୋଟି ୭୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ୪୫ଟି ପ୍ରକଳ୍ପର ଉଦ୍‌ଘାଟନ କରିଥିବା ବେଳେ ୮୬୬ କୋଟି ୨୮ ଲକ୍ଷ ବ୍ୟୟରେ ନିର୍ମାଣ ହେବାକୁ ଥିବା ୬୭ଟି ପ୍ରକଳ୍ପର ଭୂମିପୂଜନ ବି କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com