ଓଡ଼ିଶା

ସୌର ଶକ୍ତି କେନ୍ଦ୍ର ପ୍ରତିଷ୍ଠା କରିବ ଏମ୍.ସି.ଏଲ

ଭୁବନେଶ୍ବର: ଓଡ଼ିଶାରେ ସୌର ଶକ୍ତି ଉତ୍ପାଦନ ପ୍ରକଳ୍ପ ପ୍ରତିଷ୍ଠା କରିବ ମହାନଦୀ କୋଲ୍ ଫିଲ୍ଡସ୍  । 301.92କୋଟି ଟଙ୍କା ବ୍ୟୟରେ ହେବାକୁ ଥିବା 50 ମେଗାୱାଟ୍ କ୍ଷମତାସମ୍ପନ୍ନ ସୌର ଶକ୍ତି ପ୍ଲାଣ୍ଟ୍ ନିର୍ମାଣ ପାଇଁ ଚେନ୍ନାଇସ୍ଥିତ ଶ୍ରୀମାନ/ଶ୍ରୀମତୀ ହାଇଲ୍ଡ ଏନର୍ଜି ଲିମିଟେଡ୍ (M/s Hild Energy Ltd)ସହ ଚୁକ୍ତି କରିଛି ଏମ୍. ସି. ଏଲ୍ । ସବୁଜ ଶକ୍ତି ପ୍ରକଳ୍ପ ଶେଷ କରିବାକୁ 10 ମାସର ସମୟସୀମା ଧାର୍ଯ୍ୟ କରାଯାଇଛି ।

ଏମ୍. ସି. ଏଲର ନିଜସ୍ବ କୈଷ୍ଟିବ ଶକ୍ତି ଉତ୍ପାଦନ କେନ୍ଦ୍ରର ବିଦ୍ୟୁତ ଆବଶ୍ୟକତା ପୂରଣ କରିବ ଏହି ନୂତନ ସବୁଳ ସୌର ପ୍ରକଳ୍ପ। ଏଠାରେ ସୂଚନାଯୋଗ୍ୟ ଯେ ପୂର୍ବରୁ, 2014ରେ ଏମ୍. ସି. ଏଲ୍ ସମ୍ବଲପୁରରେ 2 ମେଗାୱାଟ୍ କ୍ଷମତାସମ୍ପନ୍ନ ସୌର ପ୍ରକଳ୍ପ ପ୍ରତିଷ୍ଠା କରିସାରିଛି । ତେବେ 2024 ସୁଦ୍ଧା ଏମ୍. ସି. ଏଲ୍. 182 ମେଗାୱାଟ୍ ସୌରଶକ୍ତି ଉତ୍ପାଦନ କରି ସମ୍ପୂର୍ଣ୍ଣ ବିଦ୍ୟୁତ ଶକ୍ତିବିହୀନ କୋଇଲା ଉତ୍ପାଦକ କମ୍ପାନୀ ହେବାକୁ ପ୍ରତିଶ୍ରୁତିବଦ୍ଧ ହୋଇଛି । ପ୍ରସ୍ତାବିତ 50 ମେଗାୱାଟ୍ କ୍ଷମତାସମ୍ପନ୍ନ ସୌର ପ୍ରକଳ୍ପ ଆଗାମୀ ଦିନରେ ବାର୍ଷିକ ହାରାହାରି ଭାବେ କ୍ରମାନ୍ବୟରେ 91 ହଜାର 20 ଟନ୍ ଓ 24 ହଜାର 8ଶହ 24 ଟନ୍ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ ଓ ଭରଣା କରିବ । 

Related Articles

Back to top button
WP Twitter Auto Publish Powered By : XYZScripts.com