ଓଡ଼ିଶା

ଅତି ଜରୁରୀ ନ ଥିଲେ ଏସ୍‌ସିବି ନ ଆସିବାକୁ ପରାମର୍ଶ

କଟକ() କରୋନା ତୃତୀୟ ଲହରର ସଫଳ ମୁକାବିଲା ପାଇଁ କଟକ ବଡ ମେଡିକାଲରେ ପୁଣି ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି। ଅନ୍ୟପଟେ ଅତି ଜରୁରି ନଥିଲେ ଜୀବନକୁ ବିପନ୍ନ କରି ବଡ଼ ମେଡିକାଲକୁ ନ ଆସିବା ପାଇଁ ପରାମର୍ଶ ଦିଆଯାଇଛି। ଟେଲି ମେଡିସିନ୍‌ର ସୁବିଧା ନେବାକୁ ଏସ୍‌ସିବି ମେଡିକାଲ ପକ୍ଷରୁ ଡିନ୍‌ ତଥା ଅଧ୍ୟକ୍ଷ ପ୍ରଫେସର ଡାକ୍ତର ଦତ୍ତେଶ୍ବର ହୋତା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି। ଏସ୍‌ସିବିରେ କୋଭିଡ୍‌ ମୁକାବିଲା ପାଇଁ ୬ ଶହ ବେଡ୍‌ ସହ ୧୪୦ଟି ଆଇସିୟୁ ରହିଛି।

ଏଥିସହ କୋଭିଡ୍‌ ସଂକ୍ରମିତ କିଡ଼୍‌ନି ରୋଗୀଙ୍କ ପାଇଁ ଡାଏଲିସିସ୍‌ ବେଡ୍‌ ମଧ୍ୟ ପ୍ରସ୍ତୁତ ରହିଛି। ପ୍ରତିଦିନ ଫିବର କ୍ଲିନିକ୍‌କୁ ୧୫୦ଜଣ ରୋଗୀ ଚିକିତ୍ସା ପାଇଁ ଆସୁଥିବା ବେଳେ ୧୫ରୁ ୨୦ଜଣ ରୋଗୀ ଚିକିତ୍ସା ପାଇଁ ଭର୍ତ୍ତି ହେଉଛନ୍ତି। ପ୍ରତିଦିନ ୬ ହଜାର ଟେଷ୍ଟିଂ କରାଯାଉଛି। ଗତକାଲି ରାଜ୍ୟର ସମସ୍ତ ମେଡିକାଲ କଲେଜ, ଶିଶୁଭବନ, ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର ତଥା ସରକାରୀ ମେଡିକାଲରେ କୋଭିଡ୍‌ ସମୟରେ ଚିକିତ୍ସା ବ୍ୟବସ୍ଥାକୁ ନେଇ ମାର୍ଗଦର୍ଶିକା ଜାରି କରିଛି ସ୍ବାସ୍ଥ୍ୟ ବିଭାଗ। ଏସ୍‌ସିବିରେ ସମସ୍ତ ଓପିଡି ଯେଉଁଭଳି ଚାଲୁଥିଲା ସେଭଳି ସ୍ବାଭାବିକ ଚାଲିବ ଓ ଉନ୍ନତମାନର ସ୍ବାସ୍ଥ୍ୟସେବା ଯୋଗାଇଦେବା ପାଇଁ କଟକ ବଡ଼ ଡାକ୍ତରଖାନା ପ୍ରତିଶ୍ରୃତିବଦ୍ଧ ବୋଲି ପ୍ରଫେସର ଡାକ୍ତର ହୋତା ସୂଚନା ଦେଇଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com