Featuredଐତିହ୍ୟ ଓ ସଂସ୍କୃତିଓଡ଼ିଶା

ବିଶ୍ୱ ପ୍ରସିଦ୍ଧ କଟକ ବାଲିଯାତ୍ରା ଆରମ୍ଭ

ଦୁଇ ବର୍ଷ ପରେ ଆଜିଠାରୁ ଜମିବ କଟକର ଐତିହାସିକ ବାଲିଯାତ୍ରା । ମହାନଦୀ ପଠାରେ ୯ ଦିନ ଧରି ଚାଲିବ ମେଳା । ୧୪୦୦ ଷ୍ଟଲ ଓ ୨ ହଜାରରୁ ଅଧିକ ବ୍ୟବସାୟୀଙ୍କୁ ନେଇ ହେଉଛି ଏହି ଐତିହାସିକ ବାଲିଯାତ୍ରା । ଆଜି ସଂଧ୍ୟାରେ ଆନୁଷ୍ଠାନିକ ଭାବେ ମେଳାକୁ ଉଦଘାଟନ କରାଯିବ । ଦୋଳି ମୀନା ବଜାର ସାଙ୍ଗକୁ ଜାତୀୟ ସ୍ତରୀୟ ପଲ୍ଲୀଶ୍ରୀ ମେଳା ଯାତ୍ରାର ମୁଖ୍ୟ ଆକର୍ଷଣ ହେବ । ଚଳିତ ବର୍ଷ ବାଲିଯାତ୍ରାରେ ପ୍ରଥମ ଥର ପାଇଁ ଲେଜର ଲାଇଟ ସୋ, କଟକ ଇନ କଟକ ପାଭେଲିୟନ ପରିକଳ୍ପନା କରାଯାଇଛି । ଅନ୍ୟପକ୍ଷରେ ଲୋକଙ୍କ ସମାଗମକୁ ନଜରରେ ରଖି ସାଧାରଣ ଲୋକ କିପରି ଶାନ୍ତି ଶୃଙ୍ଖଳାରେ ଯାତ୍ରା ବୁଲିବେ ତାହା ଉପରେ ପୋଲିସ କଡ଼ା ନଜର ରଖିଛି । କମିସନରେଟ୍‌ ପୋଲିସ ପକ୍ଷରୁ ୫୦ ପ୍ଲାଟୁନ୍ ଫୋର୍ସ ବ୍ୟବସ୍ଥା କରାଯାଇଛି । ସିସିଟିଭି କ୍ୟାମେରା ସାଙ୍ଗକୁ ତଳ ଓ ଉପର ବାଲି ଯାତ୍ରା ପଡ଼ିଆରେ ୧୧ଟି ପୋଲିସ ସହାୟତା କେନ୍ଦ୍ର ରହିବ ।

Related Articles

Back to top button
WP Twitter Auto Publish Powered By : XYZScripts.com