Featuredଅନ୍ତର୍ଜାତୀୟଜାତୀୟ

ଷ୍ଟକହୋମରେ ଜରୁରୀ ଅବତରଣ କଲା ଏୟାର ଇଣ୍ଡିଆ ବିମାନ

ନୂଆଦିଲ୍ଲୀ: ଜରୁରୀ ଅବତରଣ କଲା ଏୟାର ଇଣ୍ଡିଆ ବିମାନ। ଆମେରିକାର ନେୱାର୍କରୁ ଦିଲ୍ଲୀ ଆସୁଥିବା ବୋଇଂ 777-300ER ବିମାନରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଏହାକୁ ଏମର୍ଜେନ୍ସି ଲ୍ୟାଣ୍ଡିଂ କରାଯାଇଛି। ବିମାନ ଉଡାଣ ଭରି ସାରିବା ପରେ ଗୋଟିଏ ଇଞ୍ଜିନରୁ ତେଲ ଲିକ୍ କରୁଥିବାରୁ ଏହା ବନ୍ଦ ହୋଇଯାଇଥିଲା।

ପରେ ବିମାନର ଦିଗ ପରିବର୍ତ୍ତନ କରି ପାଇଲଟ ସ୍ୱଡେନର ଷ୍ଟକହୋମରେ ବିମାନକୁ ସୁରକ୍ଷିତ ଲ୍ୟାଣ୍ଡିଂ କରିଥିଲେ । ତେବେ ବିମାନରେ ଥିବା ସମସ୍ତ ୩୦୦ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି ।

Related Articles

Back to top button