Featuredଅନ୍ତର୍ଜାତୀୟ

ପରମାଣୁ ଯୁଦ୍ଧକୁ ନେଇ ବଡ଼ ବୟାନ ଦେଇଛନ୍ତି ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ

ଦୀର୍ଘ ୧୦ ମାସ ହେବ ଋଷ ଓ ୟୁକ୍ରେନ ମଧ୍ୟରେ ଭୀଷଣ ଯୁଦ୍ଧ ଜାରି ରହିଛି । ଋଷ ଲଗାତର ୟୁକ୍ରେନ ଉପରେ ନିଜର ଆକ୍ରମଣ ଜାରି ରଖିଛି ।  ଏହି ସମୟରେ ସାରା ଦୁନିଆରେ ପରମାଣୁ ଯୁଦ୍ଧର ଆଶଙ୍କା ବୃଦ୍ଧି ପାଇଛି । ସେପଟେ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ବୁଧବାର  ୟୁକ୍ରେନ ବିରୋଧରେ ଯୁଦ୍ଧକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି ।  ପୁଟିନ  କହିଛନ୍ତି ଯେ, “ପରମାଣୁ ଯୁଦ୍ଧକୁ ନେଇ ଟେନସନ ବୃଦ୍ଧି ପାଉଛି । କିନ୍ତୁ ଆମେ ପାଗଳ ନୁହେଁ । ଋଷ ୟୁକ୍ରେନ ବିରୋଧ ଯୁଦ୍ଧରେ ପରମାଣୁ ଅସ୍ତ୍ରର ବ୍ୟବହାର କରିବ ନାହିଁ ।” ଆମେ ଜାଣିଛୁ ପରମାଣୁ ଅସ୍ତ୍ର କ’ଣ ହୋଇଥାଏ । “ଋଷ ପରମାଣୁ ଅସ୍ତ୍ରର ବ୍ୟବହାର ଶତ୍ରୁ ଆକ୍ରମଣ ପରେ କରିବ । ଯେତେବେଳେ ଆମ ଉପରେ ଆକ୍ରମଣ କରାଯିବ, ସେତେବେଳେ ଆମେ ମଧ୍ୟ ଏହାର ପାଲଟା ଆକ୍ରମଣ କରିବୁ । କିନ୍ତୁ ଆମେ କୌଣସି ପରିସ୍ଥିତିରେ ଏହାର ପ୍ରଥମ ବ୍ୟବହାର କରିବୁ ନାହିଁ ।”

Related Articles

Back to top button
WP Twitter Auto Publish Powered By : XYZScripts.com