Breaking NewsFeaturedଓଡ଼ିଶାରାଜନୀତି

ପିଏମ୍ ଆବାସ – ଓଡ଼ିଶାରେ ବଡ଼ କେଳେଙ୍କାରୀ

ପିଏମ ଆବାସ ଯୋଜନାରେ ଦୁର୍ନୀତି । ସିଏଜି ରିପୋର୍ଟ ପରେ ସାମ୍ନାକୁ ଆସିଲା କେଳେଙ୍କାରୀ । ରାଜ୍ୟର ୮ଲକ୍ଷ ୫୯ହଜାର ପରିବାର ଏଯାଏ ପାଇନାହାନ୍ତି ଘର । ଗ୍ରାମସଭାରେ ଯେଉଁ ହିତାଧିକାରୀ ଯୋଗ୍ୟ ଥିଲେ, ତାଲିକାରେ ହୋଇଯାଇଛନ୍ତି ଅଯୋଗ୍ୟ । ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟକାରିତା ଏବଂ ତଥ୍ୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସିଏଜି । ୨୦୨୨ ସୁଦ୍ଧା ସମସ୍ତଙ୍କୁ ଘର ଯୋଗାଇ ଦେବାକୁ ଲକ୍ଷ୍ୟ ରଖିଥିଲେ କେନ୍ଦ୍ର ସରକାର । ହେଲେ ଓଡିଶାର ଗ୍ରାମାଂଚଳରେ ଗୃହ ପାଇବାରୁ ବଂଚିତ ହୋଇଛନ୍ତି ୮ଲକ୍ଷ ୫୯ହଜାର ପରିବର । ସିଏଜି ପକ୍ଷରୁ ଏହି ତଥ୍ୟ ଏବେ ପ୍ରକାଶ ପାଇଛି । ଯାହକୁ ନେଇ ସୃଷ୍ଟି ହୋଇଛି ବଡ଼ ପ୍ରଶ୍ନବାଚୀ ।

ସେହିପରି ଯାଞ୍ଚ ହୋଇଥିବା ସମସ୍ତ ୨୪ଟି ପଞ୍ଚାୟତ ସମିତିରେ ବାସଗୃହ ଅଗ୍ରାଧିକାର ସଂଖ୍ୟା ଅନୁସାରେ ମଞ୍ଜୁରୀ କରାଯାଇନାହିଁ। କେବଳ ସେତିକି ନୁହେଁ, ୨୦୨୧ ମାର୍ଚ୍ଚ ଶେଷ ସୁଦ୍ଧା ପରମାନେଣ୍ଟ ୱେଟିଂ ଲିଷ୍ଟ ଚୁଡାନ୍ତ କରାଯାଇପାରିନଥିବା କହିଛନ୍ତି ସିଏଜି। ବିଭିନ୍ନ ବର୍ଗରେ ଉପଯୁକ୍ତ ପରିବାର ଉପଲବ୍ଧ ନହେବାରୁ ରାଜ୍ୟକୁ ଟାର୍ଗେଟର ୫.୨୭ ଲକ୍ଷ ଆବଣ୍ଟିତ ଘରକୁ ସରେଣ୍ଡର କରିବାକୁ ପଡ଼ିଥିଲା।ହିତାଧିକାରୀ ଚୟନ କରିନପାରିବାରୁ ୧୨ ଲକ୍ଷ ୨୫ ହଜାର ହିତାଧିକାରୀ ପରମାନେଣ୍ଟ ୱେଟିଂ ଲିଷ୍ଟ ତାଲିକାରେ ସାମିଲ କରାଯାଇନଥିବା ଦର୍ଶାଇଛନ୍ତି ସିଏଜି।

ଅନ୍ୟାନ୍ୟ ଯୋଜନାରେ ପାଣ୍ଠି ସଂଗ୍ରହ କରିବାରେ ବିଫଳ ହେବାରୁ ହିତାଧିକାରୀ ମାନଙ୍କୁ ମୌଳିକ ସୁବିଧା, ଯେପରି ପାନୀୟ ଜଳ, ଶୌଚାଳୟ, ବିଦ୍ୟୁତ ସଂଯୋଗ ଇତ୍ୟାଦିକୁ ବାଦ୍ ଦିଆଯାଇଛି। ସମ୍ପୂର୍ଣ୍ଣ ଘର ମଧ୍ୟରୁ ୩୪୭ଟି ଘରେ ଶୌଚାଳୟ ନଥିଲା। ୧୨୨ଟି ଘରେ ପାନୀୟ ଜଳ ସୁବିଧା ନଥିଲା। ୧୯୯ଟି ଘରେ ବିଜୁଳି ବି ନଥିଲା ବୋଲି ଦର୍ଶାଇଛନ୍ତି ସିଏଜି। ସେହିପରି ଚଗଇଣ-ଏ ପାଇଁ ରାଜ୍ୟ ନୋଡାଲ୍ ଆକାଉଣ୍ଟ ବ୍ୟତୀତ ଆଇସିଆଇସିଆଇ ବ୍ୟାଙ୍କର ଅନ୍ୟ ଆକାଉଣ୍ଟ ବ୍ୟବହାର କରାଯାଉଥିଲା ଏବଂ ୧୮ କୋଟି ୧୦ ଲକ୍ଷ କୋଟି ଟଙ୍କା ଅନିୟମିତ ଭାବେ ପଠାଯାଇଥିବା କହିଛନ୍ତି ଉଇଏ। ତେବେ ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।…

Related Articles

Back to top button
WP Twitter Auto Publish Powered By : XYZScripts.com