Featuredଅନ୍ତର୍ଜାତୀୟକ୍ରୀଡ଼ାଜାତୀୟ

ଏସିଆ କପ୍ ୨୦୨୩ରେ ଭାରତ-ପାକିସ୍ତାନ ମଧ୍ୟରେ ମହାମୁକାବିଲା…

ଜାଣନ୍ତୁ କେଉଁଠାରେ ହେବ ମ୍ୟାଚ୍

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ଏସିଆ କପ୍ ୨୦୨୩ରେ ଭାରତ ଓ ପାକିସ୍ତାନ ମଧ୍ୟରେ ସେପ୍ଟେମ୍ବର ୨ରେଖେଳାଯିବା ସମ୍ଭାବନା ରହିଛି । ଏକ ରିପୋର୍ଟ ଅନୁଯାୟୀ ଏହି ଦୁଇ ଟିମ୍ ଶ୍ରୀଲଙ୍କା କାଣ୍ଡିରେ ଖେଳିବେ । ସେପଟେ ଏସିଆ କପ୍ ୨୦୨୩ର ଆନୁଷ୍ଠାନିକ ଘୋଷଣା ଏପର୍ଯ୍ୟନ୍ତ ହୋଇନାହିଁ । କିନ୍ତୁ ଏହା ଖୁବ୍ ଶିଘ୍ର ହେବ ବୋଲି କୁହାଯାଉଛି । ଏଥର ଟୁର୍ଣ୍ଣାମେଣ୍ଟ ହାଇବ୍ରିଡ଼ ମଡ଼େଲ ରେ ଆୟୋଜିତ ହେବ । ଟୁର୍ଣ୍ଣାମେଣ୍ଟର କିଛି ମ୍ୟାଚ୍ ପାକିସ୍ତାନରେ ଏବଂ କିଛି ଶ୍ରୀଲଙ୍କାରେ ଖେଳାଯିବ । ଏହି ଟୁର୍ଣ୍ଣାମେଣ୍ଟ ଅଗଷ୍ଟ ୩୧ରୁ ଆରମ୍ଭ ହେବ । ସୂଚନା ଅନୁଯାୟୀ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ସେପ୍ଟେମ୍ବର ୨ରେ ଖେଳା ଯିବ । ଏସିଆ କପ୍ ୨୦୨୩ର ପ୍ରଥମ ମ୍ୟାଚ୍ ପାକିସ୍ତାନର ମୁଲତାନ୍‌ରେ ଖେଳାଯିବ ଏବଂ ଶେଷ ମ୍ୟାଚ୍ ସେପ୍ଟେମ୍ବର ୧୭ରେ କଲୋମ୍ବରେ ଖେଳାଯିବ । ସେପ୍ଟେମ୍ବର ୩ରେ ବାଂଲାଦେଶ ଓ ଆଫଗାନିସ୍ତାନ ମଧ୍ୟରେ ମ୍ୟାଚ୍ ଲାହୋରରେ ଖେଳାଯିବ । ଏହା ପରେ ଶ୍ରୀଲଙ୍କା ଏବଂ ଆଫଗାନିସ୍ତାନ ମଧ୍ୟରେ ସେପ୍ଟେମ୍ବର ୫ରେ ଲାହୋରର ଗଦାଡଫିରେ ଖେଳାଯିବ ।

ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୧୩ଟି ମ୍ୟାଚ୍ ଖେଳାଯିବ । ଭାରତୀୟ ସମୟ ଅନୁଯାୟୀ ରାତି ୧.୩୦ରେ ଏହି ମ୍ୟାଚ୍ ଖେଳାଯିବ । ଦଳଗୁଡ଼ିକୁ ଦୁଇଟି ଗ୍ରୁପ୍‌ରେ ବିଭକ୍ତ କରାଯାଇଛି । ଭାରତ , ପାକିସ୍ତାନ ଓ ନେପାଳକୁ ଗ୍ରୁପ୍ ଏ ରେ ରଖାଯାଇଛି । ଶ୍ରୀଲଙ୍କା, ବାଂଲାଦେଶ, ଏବଂ ଆଫଗାନିସ୍ତାନକୁ ଗ୍ରୁପ୍ ବିରେ ସାମିଲ କରାଯାଇଛି । ଉଭୟ ଗ୍ରୁପ୍‌ର ୪ ଦଳ ସୁପର୍ ଫୋର୍ ପର୍ଯ୍ୟାୟରେ ସ୍ଥାନ ପାଇବେ । ଏହାପରେ ସୁପର୍ ଫୋର୍ ର ଦୁଇ ଦଳ ଫାଇନାଲ୍‌ରେ ସ୍ଥାନ ପାଇବେ । ଏସିଆ କପ୍‌ରେ ଟିମ୍ ଇଣ୍ଡିଆର ଏକ ବଡ଼ ରେକର୍ଡ ରହିଛି। ଭାରତୀୟ ଦଳ ୭ ଥର ଚାମ୍ପିୟନ ହୋଇଛି। ଏବଂ ଶ୍ରୀଲଙ୍କା ୬ ଥର ଟାଇଟଲ୍ ଜିତିଛି । ଭାରତ ଶେଷ ଥର ପାଇଁ ୨୦୧୮ ରେ ଜିତିଥିଲା । ଏହାପୂର୍ବରୁ ୨୦୧୬ ରେ ମଧ୍ୟ ଟାଇଟଲ୍ ଦଖଲ କରିଥିଲେ । ଶ୍ରୀଲଙ୍କା ଏସିଆ କପ୍ ୨୦୨୨ ର ଫାଇନାଲ୍ ଜିତିଥିଲା । ଯଦି ଆମେ ପାକିସ୍ତାନ ବିଷୟରେ କହିବା, ତେବେ ଏହା ୨ ଥର ଚାମ୍ପିୟନ ହୋଇଛି । ସେ ୨୦୦୦ ଏବଂ ୨୦୧୨ ରେ ଟାଇଟଲ୍ ଜିତିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com