Featuredଜାତୀୟରାଜନୀତି

ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ED ସମନ୍

ମନି ଲଣ୍ଡରିଂ ମାମଲାରେ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ସମନ କଲା ଇଡି । ଗୁରୁବାର ହାଜର ହେବାକୁ କୁହାଯାଇଛି । ଖଣି ଦୁର୍ନୀତି ମାମଲାରେ ଇଡି ଏହି ସମୟରେ ପଚରାଉଚରା କରିବ ବୋଲି ସୂଚନା ରହିଛି । ପୂର୍ବରୁ ଏହି ଖଣି ଦୁର୍ନୀତି ମାମଲାରେ ହେମନ୍ତ ସୋରେନଙ୍କ ସହଯୋଗୀ ପଙ୍କଜ ମିଶ୍ରା ଗିରଫ ହୋଇଥିଲେ । ପଙ୍କଜ ମିଶ୍ରାଙ୍କ ସହିତ ସମ୍ପୃକ୍ତ ଥିବା ୧୮ଟି ସ୍ଥାନ ଏବଂ ତାଙ୍କର ବ୍ୟାବସାୟିକ ସହଯୋଗୀମାନଙ୍କ ପ୍ରତିଷ୍ଠାନ ଉପରେ ମଧ୍ୟ ଇଡି ଜୁଲାଇ ୮ ତାରିଖ ଦିନ ଚଢ଼ଉ କରିଥିଲା । ପଙ୍କଜ ମିଶ୍ରା ବେଆଇନ ଭାବେ ବିପୁଳ ସମ୍ପତି ଆୟ କରିଥିବା ଅଭିଯୋଗ ରହିଛି । ସେ ପ୍ରାୟ ୪୨ କୋଟି ଟଙ୍କାର ସମ୍ପତି ହାତେଇଥିବା ଏବେ ସୁଦ୍ଧା ଜଣାପଡ଼ିଛି । ମାର୍ଚ ମାସରେ ମିଶ୍ରା ଏବଂ ଅନ୍ୟମାନଙ୍କ ନାମରେ ଇଡି ପିଏମ୍ଏଲ୍ଏ ଅନୁସାରେ ମାମଲା ରୁଜୁ କରିବା ପରେ ଚଢ଼ଉ କରିଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com