ଅନ୍ତର୍ଜାତୀୟଜାତୀୟ

CAATSA ନିୟମରେ ଭାରତକୁ କୋହଳ କରିଛି ଆମେରିକା

 CAATSAରେ ଭାରତକୁ ଦିଆଯାଇଥିବା କୋହଳକୁ ନେଇ ଆମେରିକା ଉପରେ ପ୍ରଶ୍ନ ଉଠାଇଛି ଋଷ। ଋଷର ଏକ ବରିଷ୍ଠ ଅଧିକାରୀ କହିଛନ୍ତି S400 କୁ କିଣିବାକୁ ଭାରତ ଉପରେ ପ୍ରତିବନ୍ଧକ ନ ଲଗାଇବା ଆମେରିକାର ଦୁର୍ବଳତାକୁ ପଦାରେ ପକାଇଛି। ଋଷର ହଠାତ୍ ଏପରି ଭାରତକୁ ନ ସୁହାଇଲା ଭଳି ମନ୍ତବ୍ୟ ଦେବାର ପ୍ରକୃତ କାରଣ ହେଲା ତା ଉପରେ ଲାଗିଥିବା କଡ଼ା ପ୍ରତିବନ୍ଧଖ। ପଶ୍ଚିମ ଦେଶଗୁଡ଼ିକର କଡ଼ା ପ୍ରତିବନ୍ଧକର ସାମ୍ନା କରୁଥିବା ଋଷକୁ ଯୁଦ୍ଧାସ୍ତ୍ରର ରପ୍ତାନୀ ମୂଲ୍ୟ ପାଇବାରେ ବହୁତ ସମସ୍ୟା ହେଉଛି। ବାଧ୍ୟ ହୋଇ ଋଷ ଡଲାର ବଦଳରେ ଅନ୍ୟ ମୁଦ୍ରାରେ ମୂଲ୍ୟ ଗ୍ରହଣ କରୁଛି। ଯାହା ଋଷର ଅର୍ନୀତିକୁ ଦୁର୍ବଳ କରୁଛି। ତେଣୁ ଋଷ ଭାରତକୁ ଖଣ୍ଡା କରି ଆମେରିକାକୁ ଟାର୍ଗେଟ୍ କରୁଛି।

ଭାରତକୁ CAATSAର ପ୍ରତିବନ୍ଧକରୁ କୋହଳ ଦେବା ପାଇଁ ଜୁଲାଇ ମାସରେ ଆମେରିକା ସଂସଦ(ହାଉସ୍‌ ଅଫ୍ ରିପ୍ରେଜେଣ୍ଟେଟିଭ୍) ଏହି ସଂଶୋଧନ କରିଥିଲା। ଯେଉଁଥିରେ ଭାରତକୁ କାଟ୍‌ସାରୁ କୋହଳ ମିଳିଛି। ଏହାକୁ ଟାର୍ଗେଟ୍ କରି ଋଷ ଫେଡେରାଲ୍ ସର୍ଭିସ୍ ଫର୍ ମିଲିଟ୍ରି-ଟେକ୍ନିକାଲ କର୍ପୋରେସନ(FSMTC)ର ପ୍ରମୁଖ ଦିମିତ୍ରି ସୁଆଗୱେ କହିଛନ୍ତି “ଭାରତ ଓ ଋଷ ମଧ୍ୟରେ S400ର ରପ୍ତାନୀ ନେଇ ଯେଉଁ ଚୁକ୍ତି ହୋଇଥିଲା ତାହା ଋଷ ଯୁଦ୍ଧାସ୍ତ୍ର ରପ୍ତାନୀ ଉପରେ ଲଗାଯାଇଥିବା ପ୍ରତିବନ୍ଧକ ନିୟମର ଉଲ୍ଲଂଘନ ବୋଲି ଆମେରିକା କହିଥିଲା। ତେବେ କେଉଁ କାରଣରୁ ଆମେରିକା ପୁଣି ଏହି ନିଷ୍ପତ୍ତିକୁ ବଦଳାଇଲା ? ମୁଁ ଜାଣିନି। କିନ୍ତୁ ଏହା ପଛରେ ତାଙ୍କର ଦୁର୍ବଳତା ଥିବା ଜଣାପଡ଼ୁଛି।” ତେବେ ଏହି S400ର ରପ୍ତାନୀକୁ ନେଇ ତୁର୍କିଏ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ପ୍ରତିବନ୍ଧକ ନେଇ ସୁଆଗୱେ କହିଛନ୍ତି ଯେ ପଶ୍ଚିମୀ ଦେଶଗୁଡିକର ପ୍ରତିବନ୍ଧକ ଅନୁଚିତ କାରବାର ସହ ସମାନ। ତା ଛଡ଼ା ଏପରି କରି ଏକ ସ୍ୱାଧୀନ ରାଷ୍ଟ୍ରର ସୁରକ୍ଷା ଅଧିକାରର ଉଲ୍ଲଂଘନ ମଧ୍ୟ କରାଯାଉଛି ବୋଲି ସୁଆଗୱେ କହିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com