ଜାତୀୟ

ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ମଧ୍ୟରାତ୍ରରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିଛି ।  ଇଡି ପାତ୍ର ଚାୱଲା ଜମି ଦୁର୍ନୀତି ମାମଲାରେ ଚଢାଉ କରି ସଞ୍ଜୟ ରାଉତଙ୍କୁ ଘରୁ ୧୧ ଲକ୍ଷ ୫୦ ହଜାର ନଗଦ ଟଙ୍କା ଜବତ କରିଥିଲା । ପରେ ସଞ୍ଜୟଙ୍କୁ ନେଇ ପାଖା ପାଖି ୯ ଘଣ୍ଟା ଜେରା କରିବା ପରେ ‘ପ୍ରିଭେନ୍ସନ୍ ଅଫ୍ ମନି ଲଣ୍ଡରିଙ୍ଗ୍ ଆକ୍ଟ୍, ୨୦୦୨’ ଅନୁଯାୟୀ ତାଙ୍କୁ ଗିରଫ କରାଯାଉଥିଲା । ତେବେ ଗିରଫ କରିବା ପୂର୍ବରୁ ସଞ୍ଜୟ କହିଛନ୍ତି, ଲୋକଙ୍କୁ ଡରାଇ ଧମକାଇ ମିଛ ମାମଲା କରାଯାଉଛି । ଏହା ଶିବସେନାକୁ ଦୁର୍ବଳ କରିବା ପାଇଁ ଏକ ଷଡଯନ୍ତ୍ର । ପରିସ୍ଥିତି ଯାହା ବି ହେଉ  ସେ ଶିବସେନା ଛାଡିବେ ନାହିଁ ବୋଲି ଦମ୍ଭ ଦେଖାଇଛନ୍ତି । ସଞ୍ଜୟଙ୍କ ଘରୁ ଜବତ ହୋଇଥିବା ଏହି ଟଙ୍କା ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କର ବୋଲି ସଞ୍ଜୟଙ୍କ ଭାଇ ଦାବି କରିଛନ୍ତି। ରାଜନୈତିକ ପ୍ରତିଶୋଧରେ ଅକ୍ରୋଶମୂଳକ ଭାବେ ସଞ୍ଜୟଙ୍କୁ ଟାର୍ଗେଟ୍ କରାଯାଉଛି। ସଞ୍ଜୟ ରାଉତ ଶିବସେନା ନେତା ଉଦ୍ଧବ ଠାକରେଙ୍କ ନିକଟତର ହୋଇଥିବାରୁ ତାଙ୍କ ଉପରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଉଥିବା ସଞ୍ଜୟଙ୍କ ଭାଇ କହିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com