ଜାତୀୟମନୋରଞ୍ଜନ

ମାଗାଜିନ୍‌ ପାଇଁ ନ୍ୟୁଡ୍ ଫଟୋସୁଟ୍ କଲେ ରଣବୀର ସିଂଙ୍କ, ସୋସିଆଲ୍ ମିଡିଆରେ ହଇଚଇ

ମୁମ୍ବାଇ: ରଣବୀର ସିଂ ତାଙ୍କର ଅତରଙ୍ଗୀ ଫ୍ୟାଶନ ଅନ୍ଦାଜ୍ ପାଇଁ ବେଶ୍‌ ଜଣାଶୁଣା । ପ୍ରାୟତଃ ସେ ଏୟାରପୋର୍ଟ ଲୁକ୍ ହେଉ କିମ୍ବା କୌଣସି ଇଭେଣ୍ଟ ସବୁବେଳେ ତାଙ୍କ ଡ୍ରେସିଙ୍ଗ୍‌ ସେନ୍ସସ୍‌କୁ ନେଇ ଆଲୋଚନା ହୋଇଥାଏ। କିଏ ତାଙ୍କୁ ପ୍ରଶଂସା କରୁଥିବା ବେଳେ ଅନ୍ୟ କେହି ଟ୍ରୋଲ୍‌ କରିଥାନ୍ତି । କିନ୍ତୁ ଏସବୁକୁ ଖାତିର ନକରି ସେ ନିଜ ଫ୍ୟାଶନ ଉପରେ ଧ୍ୟାନ ଦିଅନ୍ତି । ହେଲେ ବର୍ତ୍ତମାନ ତାଙ୍କ ଗେଟ୍‌ଅପ୍‌ ଚର୍ଚ୍ଚାରେ ଅଛି । ତାହା ପୁଣି ପୋଷାକ ପାଇଁ ନୁହେଁ । ବିନା ପୋଷାକରେ ନିଜର ନ୍ୟୁଡ୍‌ ଫଟୋ ସେୟାର କରି ନିଆଁ ଲଗାଇଛନ୍ତି। ତାଙ୍କର ଏହି ଫଟୋ ଚିତ୍ର ଇଣ୍ଟରନେଟରେ ଭାଇରାଲ ହୋଇଛି। ଜଣାପଡିଛି କି ରଣବୀରଙ୍କ ଏହି ଫଟୋସୁଟ୍‌ ଗୁଡ଼ିକ ଏକ ମ୍ୟାଗାଜିନ୍‌ ପାଇଁ କରିଛନ୍ତି।

ନିକଟରେ ରଣଭୀର ଏକ ତୁର୍କୀ କାର୍ପେଟରେ ବିଭିନ୍ନ ଷ୍ଟାଇଲ୍‌ରେ ପୋଜ୍ କରୁଥିବାର ଦେଖିବାକୁ ମିଳିଛି । କିଛି ଫଟୋରେ ସେ ଶୋଇଥିବା ବେଳେ ଅନ୍ୟ କିଛି ଫଟୋରେ ସେ ଠିଆ ହୋଇଛନ୍ତି। ସେ ପେପର ମାଗାଜିନ ପାଇଁ ଏହି ଫଟୋସୁଟ କରିଛନ୍ତି । ରଣବୀରଙ୍କ ଏହି ଫଟୋ ପୋଜ୍ ବର୍ଟ ରେନୋଲ୍ଡସ୍‌ଙ୍କ ଦ୍ୱାରା ଅନୁପ୍ରାଣିତ। ସେ  ମଧ୍ୟ ସମାନ ମ୍ୟାଗାଜିନ୍‌ ପାଇଁ ଏକ ନ୍ୟୁଡ୍‌ ଫଟୋସୁଟ୍ ମଧ୍ୟ କରିଥିଲେ। ଏନେଇ ମ୍ୟାଗାଜିନ୍‌ଙ୍କୁ ଦେଇଥିବା ସାକ୍ଷାତକାରରେ ରଣବୀର ତାଙ୍କ ଫ୍ୟାଶନ ବିଷୟରେ କହିଥିଲେ କି  ‘ଫିଜିକାଲି ନ୍ୟୁଡ୍‌ ହେବା ମୋ ପାଇଁ ବହୁତ ସହଜ। ମୋର ଅନେକ ଫରଫର୍ମାନ୍ସରେ ମଧ୍ୟ ମୁଁ ଉଲଗ୍ନ ହୋଇଛି ।ଆପଣ ମୋର ଆତ୍ମାକୁ ଦେଖି ପାରିବ । ସେ କେତେ ଉଲଗ୍ନ? ମୁଁ ଏକ ହଜାର ଲୋକଙ୍କ ସାମ୍ନାରେ ଉଲଗ୍ନ ହୋଇପାରେ। ଏହା ମୋ ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ ନୁହେଁ ।

 

View this post on Instagram

 

A post shared by DietSabya® (@dietsabya)

ୱାର୍କଫ୍ରଣ୍ଟ ବିଷୟରେ କହିବାକୁ ଗଲେ ରଣବୀର ସିଂଙ୍କ ଆଗାମୀ ଚଳଚ୍ଚିତ୍ର ହେଉଛି ରୋହିତ ଶେଟ୍ଟୀଙ୍କ ସହ ‘ସର୍କସ’। ଏହି ଚଳଚ୍ଚିତ୍ରରେ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ ଏବଂ ପୂଜା ହେଗଡେ ମଧ୍ୟ ନଜର ଆସିବେ । ଏହା ଚଳିତ ବର୍ଷ ଖ୍ରୀଷ୍ଟମାସରେ ରିଲିଜ ହେବ। ଏହା ବ୍ୟତୀତ ସେ କରଣ ଜୋହରଙ୍କ ‘ରକି ଔର ରାନୀ କି ପ୍ରେମ କାହାନି’ରେ ମଧ୍ୟ ନଜର ଆସିବେ।

Related Articles

Back to top button
WP Twitter Auto Publish Powered By : XYZScripts.com