Featuredଜାତୀୟ

ସପ୍ତାହକୁ ୪ ଦିନ ଡ୍ୟୁଟି, PF ବଢ଼ିବ, ୧୫ ମିନିଟରୁ ଅଧିକ ହେଲେ ମିଳିବ Overtime ଅର୍ଥ

ଭାରତ ସରକାର ଖୁବଶୀଘ୍ର ଦେଶରେ ନୂଆ ଶ୍ରମ ନିୟମ ଲାଗୁ କରିବାକୁ ଯାଉଛନ୍ତି । କେନ୍ଦ୍ର ସରକାର ଚାକିରିଆଙ୍କର ୱାର୍କିଂ ଜୀବନରେ ଅନେକ କିଛି ପରିବର୍ତ୍ତନ ଆଣିବେ । କର୍ମଚାରୀଙ୍କୁ ଗୋଟିଏ ସପ୍ତାହରେ କେବଳ ୪୮ ଘଣ୍ଟା କାମ କରିବାକୁ ପଡ଼ିବ । ଯଦି ଶିଫ୍ଟ ୧୫ ମିନିଟରୁ ଅଧିକ ହୁଏ, ତେବେ ଓଭରଟାଇମ୍ କାଉଣ୍ଟ କରାଯିବ । ଏଥିପାଇଁ କର୍ମଚାରୀଙ୍କୁ ଅଲଗା ଅର୍ଥ ପ୍ରଦାନ କରାଯିବ । ନୂଆ ଲେବର କୋଡରେ ମହିଳାଙ୍କ ନାଇଟ୍ ଶିଫ୍ଟଠାରୁ ଆରମ୍ଭ କରି ଛୁଟି ବ୍ୟବଧାନ ବଦଳିଯିବ । କର୍ମଚାରୀଙ୍କୁ ସପ୍ତାହରେ ୪ ଦିନ କାମ କରିବା ସହ ୩ ଦିନ ଛୁଟି ମିଳିବ । କାର୍ୟ୍ୟସ୍ଥଳ ଓ କାର୍ୟ୍ୟ ସମୟକୁ କୋହଳ କରିବା ଭବିଷ୍ୟତ ପାଇଁ ଜରୁରୀ ବୋଲି ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ । ଏବେ ଶ୍ରମ ମନ୍ତ୍ରଣାଳୟ ଏହା ଉପରେ କାମ ଆରମ୍ଭ କରିଦେଇଛି । ନୂଆ ଶ୍ରମ ନିୟମର ପ୍ରଭାବ ଦେଶର ପାଖାପାଖି ୫ କୋଟି ଲୋକଙ୍କ ଉପରେ ପଡ଼ିବ, ଯାହାକି ଚୀନ ପରେ ଦ୍ୱିତୀୟ ସର୍ବବୃହତ ସଂଖ୍ୟା ଅଟେ । ଲେବର କୋଡ ମୁତାବକ, ଦେଶରେ ୪୧.୧୯ ପ୍ରତିଶତ ଲୋକ କୃଷି ଉଧ୍ୟୋଗ, ୩୨.୩୩ ପ୍ରତିଶତ ସେବା କ୍ଷେତ୍ର ଓ ୨୬.୧୮ ପ୍ରତିଶତ ଲୋକ ଉଧ୍ୟୋଗ କ୍ଷେତ୍ରରେ କାର୍ୟ୍ୟ କରୁଛନ୍ତି । ୩୧ରୁ ଅଧିକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ନୂଆ ଶ୍ରମ ନିୟମକୁ ସ୍ୱୀକାର କରିସାରିଲେଣି । ଅଧିକାଂଶ ରାଜ୍ୟ ନିୟମ ପ୍ରସ୍ତୁତ କରିସାରିଲେଣି । କିଛି ରାଜ୍ୟ ନୂଆ ଲେବର କୋର୍ଡର କିଛି ପଏଣ୍ଟକୁ ନେଇ ଆପତ୍ତି କରୁଛନ୍ତି । ନୂଆ ଲେବର କୋର୍ଡ ଲାଗୁ କରିବାର ତାରିଖ ଶ୍ରମ ମନ୍ତ୍ରଣାଳୟ ସ୍ଥିର କରିନାହିଁ ।

Related Articles

Back to top button
WP Twitter Auto Publish Powered By : XYZScripts.com