ଜାତୀୟମନୋରଞ୍ଜନ

ମା’ ହେବା ପରେ କଣ ଆଲିଆଙ୍କ କ୍ୟାରିୟରରେ ଲାଗିବ ବ୍ରେକ୍‌ ? ରଣବୀର କଲେ ଖୁଲାସା

ମୁମ୍ବାଇ: ବର୍ତ୍ତମାନ ବଲିଉଡ ଅଭିନେତା ରଣବୀର କପୁରଙ୍କ ଭାଗ୍ୟ ବହୁତ ଚମକୁଛି। ବିବାହ ପରେ ତାଙ୍କ ପାଖରେ ବ୍ୟାକ୍‌ ଟୁ ବ୍ୟାକ୍‌ ପ୍ରୋଜେକ୍ଟ ହାତକୁ ଆସିଛି । ଦୀର୍ଘ ସମୟ ପରେ ରଣବୀର ଦୁଇଟି ଫିଲ୍ମ ସହିତ ବଡ ପରଦାରେ ଟକ୍କର ଦେବାକୁ ଯାଉଛନ୍ତି। ଏହା ବ୍ୟତୀତ ତାଙ୍କ ଘରକୁ ଖୁବ୍‌ ଶୀଘ୍ର କୁନି ଅତିଥି ଆସିବାକୁ ଯାଉଛି। ବର୍ତ୍ତମାନ ସେ ତାଙ୍କ ଫିଲ୍ମର ପ୍ରମୋସନରେ ବ୍ୟସ୍ତ ଥିବା ବେଳେ ଏକ ସାକ୍ଷାତକାରରେ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଅନେକ କଥା କହିଥିଲେ।  ଆଲିଆଙ୍କ ବିଷୟରେ ମଧ୍ୟ ଅନେକ କିଛି କହିଥିଲେ । ଯାହ ଶୁଣି ଫ୍ୟାନ୍ସମାନେ ଖୁସି ହୋଇଯାଇଥିଲେ ।

ଏହି ପ୍ରଶ୍ନର ଉତ୍ତରରେ ରଣବୀର କପୁର କହିଛନ୍ତି, ‘ମୁଁ ଆଲିଆ ପାଇ ବହୁତ ଖୁସି । କାହିଁକି ନା ଲାଇଫ୍‌ ପାର୍ଟନର ଭାବରେ ଜଣେ ଭଲ ବ୍ୟକ୍ତି ପାଇଛି। ସେ ବହୁତ ପରିଶ୍ରମୀ । ବହୁତ କମ୍ ବୟସରେ ବହୁତ କିଛି ହାସଲ କରିଛନ୍ତି । ଲୋକମାନେ କହିଛନ୍ତି ଯେ ଆଲିଆ ଭଟ୍ଟ ଏବେ କ୍ୟାରିୟରର ପିକ୍‌ରେ ମା ହେବା ହୋଇ ଯାଇଛନ୍ତି। ହେଲେ ଆଲିଆ ଓ ମୋ ଭିତରେ ଏହି ବିଷୟରେ କେବେ ବିତର୍କ କରିହୋଇ ନାହିଁ କି ଆଲିଆ କରି ନାହାନ୍ତି।

 

View this post on Instagram

 

A post shared by Alia Bhatt 🤍☀️ (@aliaabhatt)

ଏହା ଆମ ଦୁହିଁ ପାଇଁ ଭଗବାନଙ୍କଠାରୁ ଏକ ସୁନ୍ଦର ଉପହାର ମିଳିଛି। ଏଥିପାଇଁ ଆମେ କୃତଜ୍ଞ। ବର୍ତ୍ତମାନ ସମୟ ବଦଳିଛି । ମୁଁ ଜାଣେ ଯେ ଆଲିଆ ମା ହେବା ପରେ ମଧ୍ୟ ତାଙ୍କ କ୍ୟାରିଅରକୁ ଭଲ ଭାବରେ ପରିଚାଳନା କରିବେ । ଏବେ ଆମେ ଦୁହେଁ ଆମକୁ ପିଲାକୁ ନେଇ ପାଇଁ ଅନେକ ଯୋଜନା କରୁଛୁ । ଆମେ ଦୁହେଁ ବହୁତ ଉତ୍ସାହିତ। କେବଳ ଏତିକି ହିଁ ନୁହେଁ ମୁଁ ବହୁତ ପିଲା ଚାହୁଁଛି ।

ରଣବୀର କପୁରଙ୍କ ସହ ଆଲିଆ ଭଟ୍ଟଙ୍କ ହାତରେ ଅନେକ ବଡ ଫିଲ୍ମ ରହିଛି। ଆଲିଆଙ୍କୁ ଖୁବ୍ ଶୀଘ୍ର ରକି ଏବଂ ରାନୀଙ୍କ ପ୍ରେମ କାହାଣୀ, ଡାର୍ଲିଙ୍ଗସ୍ ଏବଂ ବ୍ରହ୍ମାସ୍ତ୍ରରେ ଦେଖିବାକୁ ମିଳିବ । ନିକଟରେ ଆଲିଆ ଭଟ୍ଟ ତାଙ୍କର ପ୍ରଥମ ହଲିଉଡ ଫିଲ୍ମ ହାର୍ଟ ଅଫ୍ ଷ୍ଟୋନର ସୁଟିଂ ପରେ ଭାରତ ଫେରିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com