ଅନ୍ୟାନ୍ୟ
ମ୍ୟାନେଜରଙ୍କ କବାଟ ଭାଙ୍ଗି ସାଢେ ୪ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
ଦେବଗଡ଼, ୨୩/୦୧/୨୦୨୩ – ମଦ ଦୋକାନ ମ୍ୟାନେଜରଙ୍କ ଘର କବାଟ ଭାଙ୍ଗି ସାଢେ ୪ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ । ଏଭଳି ଘଟଣା ଘଟିଛି ଦେବଗଡ଼ରେ । ଘଟଣା ଅନୁସାରେ ମ୍ୟାନେଜର ଗଣେଶ ପ୍ରସାଦ ରହୁଥିବା ଘରର କାଠ କବାଟ ତାଡି କଟର ମେସିନ ଦ୍ୱାରା ଟଙ୍କା ରଖା ହୋଇଥିବା ଆଲମିରାକୁ କାଟି ଟଙ୍କା ଲୁଟି ନେଇଥିବା ଜଣାପଡିଛି । ଦେବଗଡ଼ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସହରରେ ଉତ୍ସବ ଚାଲିଥିବାର ସୁଯୋଗ ନେଇ ଏଭଳି କାଣ୍ଡ ଘଟାଇଛନ୍ତି ଲୁଟେରା ।