ଜାତୀୟମନୋରଞ୍ଜନ

ଟ୍ରାନ୍ସପରେଣ୍ଟ ଡ୍ରେସ୍‌ରେ ଥିବା ଏହି ସୁନ୍ଦରୀ ଦିନେ ଥିଲେ ଖାନ୍ ପରିବାରର ବୋହୂ, ଆଜି ବି କମିନି ତାଙ୍କ ହଟ୍‌ନେସ୍

ମୁମ୍ବାଇ: ବଲିଉଡ୍‌ରେ ଏମିତି ଅନେକ ସୁନ୍ଦରୀ ଅଛନ୍ତି ଯିଏ ଅତୀତରେ ନିଜ ସୌନ୍ଦର୍ଯ୍ୟ ପାଇଁ ଇଣ୍ଡଷ୍ଟ୍ରିରେ ଛାଇଯାଇଥିଲେ ଆଉ ଏବେବି ନିଜ ଅନ୍ଦାଜ ପାଇଁ ଦର୍ଶକଙ୍କ ହୃଦୟରେ ରାଜ୍ କରୁଛନ୍ତି । ସେହି ସୁନ୍ଦରୀମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଅଭିନେତ୍ରୀ ମଲାଇକା ଆରୋରା । ଦିନେ ଖାନ୍ ପରିବାରର ବୋହୂ ଥିବା ମଲାଇକା ମଡେଲିଂ କରିବା ବେଳେ ଦର୍ଶକଙ୍କ ହୃଦୟରେ ରାଜ୍ କରୁଥିଲେ ।

ମଲାଇକା ଏମିତି ଜଣେ ସୁନ୍ଦରୀ ଯିଏ ଫିଲ୍ମ ଦୁନିଆରେ ଆକ୍ଟିଭ ନରହି ବି ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି । ମଲାଇକା ତାଙ୍କ ସୌନ୍ଦର୍ଯ୍ୟକୁ ଦର୍ଶକଙ୍କ ସାମ୍ନାରେ ରଖୁଛନ୍ତି । ତାଙ୍କ ବୟସ ବଢୁଛି ସିନା କିନ୍ତୁ ତାଙ୍କ ହଟ୍‌ନେସ୍ ଏବେବି କମିନାହିଁ ।

 

View this post on Instagram

 

A post shared by GRAZIA India (@graziaindia)

ମଲାଇକା ତାଙ୍କ କ୍ୟାରିୟରରେ ଅନେକ ସଫଳତା ପାଇଛନ୍ତି । ଅଭିନେତ୍ରୀ ଏମ୍‌ଟିଭିରେ ଭିଜେ ମଧ୍ୟ ରହିସାରିଛନ୍ତି । ଭିଜେ ହେବା ପରେ ସେ ମଡେଲିଂ ଦୁନିଆରେ ପାଦ ଥାପିଥିଲେ । ଅନେକ ବିଜ୍ଞାପନରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳିଥିଲା । ଏଥିରେ ତାଙ୍କର ଗୋଟିଏ ବିଜ୍ଞାପନ କଫିକୁ ନେଇ ମଧ୍ୟ ଥିଲା । ଯେଉଁଥିରେ ସେ ଅରବାଜ୍ ଖାନ୍‌ଙ୍କ ସହ ଭେଟିଥିଲେ । ବିଜ୍ଞାପନ ଶୁଟିଂ ପରେ ମଲାଇକା-ଅରବାଜ୍ ରିଲେସନସିପ୍‌ରେ ଆସିଥିଲେ । ଉଭୟ ପ୍ରାୟ ୫ ବର୍ଷ ଉଭୟଙ୍କୁ ଡେଟ୍ କରିଥିଲେ । ଏହାପରେ ଉଭୟ ୧୯୯୮ରେ ହିନ୍ଦୁ ଏବଂ ଖ୍ରୀଷ୍ଟିଆନ୍ ରୀତିନୀତିରେ ବିବାହ କରିଥିଲେ ।

 

View this post on Instagram

 

A post shared by Malaika Arora (@malaikaaroraofficial)

ମଲାଇକା ଏବଂ ଅରବାଜ୍‌ଙ୍କ ବିବାହର ୪ବର୍ଷ ପରେ ପୁଅ ହୋଇଥିଲା । ସମୟ ଗଡିବା ସହ ଉଭୟଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହେବାକୁ ଲାଗିଥିଲା । ବିବାହର ୧୮ବର୍ଷ ପରେ ଉଭୟ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ । ଛାଡପତ୍ର ପରେ ଉଭୟ ମଲାଇକା ଏବଂ ଅରବାଜ ନିଜ ନିଜ ଜୀବନରେ ଆଗକୁ ବଢି ସାରିଛନ୍ତି । ମଲାଇକା ଦୀର୍ଘ ଦିନ ଧରି ଅର୍ଜୁନ କପୁରଙ୍କୁ ଡେଟ୍ କରୁଛନ୍ତି । ସେହିଭଳି ଅରବାଜଙ୍କ ନାଁ ଜର୍ଜିୟାଙ୍କ ସହ ଯୋଡାଯାଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com