ଓଡ଼ିଶାଜାତୀୟମନୋରଞ୍ଜନ

‘ଇଣ୍ଡିଆ ଚାର୍ମିଙ୍ଗ ଫେସ’ ତରଫରୁ ଭୁବନେଶ୍ୱରର ରାଜ୍ୟସ୍ତରୀୟ ସୌନ୍ଦର୍ଯ୍ୟ ପ୍ରତିଯୋଗିତା ଆୟୋଜିତ

ଭୁବନେଶ୍ୱର, ୧୬/୦୯/୨୦୨୨-  ‘ଇଣ୍ଡିଆ ଚାର୍ମିଙ୍ଗ ଫେସ’ ତରଫରୁ ଭୁବନେଶ୍ୱରର ହୋଟେଲ ଏକ୍ସିଲେନ୍ସି ଠାରେ ଆୟୋଜିତ ହୋଇଯାଇଛି ରାଜ୍ୟସ୍ତରୀୟ ସୌନ୍ଦର୍ଯ୍ୟ ପ୍ରତିଯୋଗିତା । ଓଡିଶାର କୋଣ ଅନୁକୋଣରୁ ମଡେଲ ମାନେ  ଅଂଶଗ୍ରହଣ କରିଥିବା ଏହି ପ୍ରତିଯୋଗିତାରେ ଟପ୍ ୫ ମିଷ୍ଟର, ୫ ମିସ୍ ଓ ୫ ମିଷ୍ଟ୍ରେସ୍ ମାନଙ୍କୁ ଚୟନ କରାଯାଇଛି । ଯେଉଁମାନେ ଗୋଆ ଠାରେ ହେବାକୁ ଥିବା ଜାତୀୟ ପ୍ରତିଯୋଗିତାରେ ଓଡିଶାକୁ ପ୍ରତିନିଧିତ୍ୱ କରିବେ ।

ମିଷ୍ଟର କ୍ୟାଟେଗୋରୀରେ ବ୍ରହ୍ମପୁରର ଅଜିତ କୁମାର ପାତ୍ର ସୁପର ବିଜେତା, ଝାରସୁଗୁଡାର କୁନାଲ ଜଲାନ ପ୍ରଥମ ବିଜେତା ହୋଇଛନ୍ତି । ସେହିଭଳି ଖୋର୍ଦ୍ଧାର ଅମ୍ଳାନ ମହାନ୍ତି ପ୍ରଥମ ରନର୍ସ ଅପ୍ ଏବଂ ଢ଼େଙ୍କାନାଳର ମହାବୀର ପ୍ରସାଦ ଶତପଥୀ ଦ୍ୱିତୀୟ ରନର୍ସ ଅପ୍ ହୋଇଥିଲେ । ଟପ୍ ୫ ରେ ଭଦ୍ରକର ପ୍ରଭାତ କୁମାର ବିଶ୍ୱାଳ ଓ ବ୍ରହ୍ମପୁରର ନାରାୟଣ ସାହୁ ରହିଛନ୍ତି । ସେପଟେ ମିସ୍ କ୍ୟାଟେଗୋରୀରେ ରାଉରକେଲାର ଶ୍ରଦ୍ଧାଞ୍ଜଳୀ ତନ୍ତୀ ବିଜେତା ଏବଂ ଭୁବନେଶ୍ୱରର ପ୍ରୀତି ପ୍ରଥମ ରନର୍ସ ଅପ୍ ହେବାସହ କଟକର ଅନନ୍ୟା ବିଶ୍ୱାଳ ଦ୍ୱିତୀୟ ରନର୍ସ ଅପ୍ ଏବଂ ବ୍ରହ୍ମପୁରର ଶ୍ରାବଣୀ ରାଓ ଓ ସୋନାଲିସା ମହାପାତ୍ର ଟପ୍ ୫ରେ ସାମିଲ ହୋଇଛନ୍ତି ।

ସେହିପରି ମିଷ୍ଟ୍ରେସ୍ କ୍ୟାଟେଗୋରୀରେ ବ୍ରହ୍ମପୁରର ପ୍ରଗତୀ ପ୍ରିୟଦର୍ଶିନୀ ସାହୁ ବିଜେତା ଓ ଭୁବନେଶ୍ୱରର ମିନୁ ପାଢ଼ୀ ରନର୍ସ ଅପ୍ ହୋଇଥିଲେ । ପୂର୍ବତନ ସାଂସଦ ପ୍ରଶନ୍ନ ପାଟ୍ଟଶାଣୀ, ପ୍ରଯୋଜକ ସଚ୍ଚିକାନ୍ତ ଜେନା ଓ ମିଡିଆ ପ୍ଲାନର ପ୍ରଣୟ ଜେଠୀ ପ୍ରମୁଖ ଉପସ୍ଥିତ ରହି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ । ଓଡିଶାରେ ମଡେଲିଂ କ୍ଷେତ୍ରରେ ଏଭଳି କାର୍ଯ୍ୟକ୍ରମ ନୂଆ ପିଢ଼ୀକୁ ଉତ୍ସାହିତ କରିବା ସହ ଆଗକୁ ନେବାରେ ସହାୟକ ହୋଇପାରିବ ବୋଲି ଅତିଥିମାନେ ମତ ଦେଇଥିଲେ । ‘ଇଣ୍ଡିଆ ଚାର୍ମିଙ୍ଗ ଫେସ’ ର ରାଜ୍ୟ ନିର୍ଦ୍ଦେଶିକା ସସ୍ମିତା ପଣ୍ଡାଙ୍କ ଅଧ୍ୟକ୍ଷତାରେ ସଫଳତାର ସହ ଏହା ଶେଷ ହୋଇଛି । ସସ୍ମିତାଙ୍କ ସହ ଆନ୍ତର୍ଜାତୀୟ ସ୍ତରର ମଡେଲ ବବିତା ଶବର ମଧ୍ୟ କାର୍ଯ୍ୟନିର୍ବାହୀ ଆୟୋଜକ ଭାବେ ସହଯୋଗର ହାତ ବଢ଼ାଇଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com