ଓଡ଼ିଶା

ସୁକନ୍ୟା ମହୋତ୍ସବରେ ଯୋଗଦେଲେ ବ୍ରହ୍ମପୁର ସାଂସଦ ଓ ବିଧାୟକ

ବ୍ରହ୍ମପୁର, ୩୦ /୦୯/୨୦୨୨-  ବ୍ରହ୍ମପୁର ଡାକ ମଣ୍ଡଳ ଆନୁକୂଲ୍ୟରେ ମଙ୍ଗଳବାର ଦିନ ‘ସୁକନ୍ୟା ମହୋତ୍ସବ’ ସୁକୁଣ୍ଡା ରୋଡ୍‌ ସ୍ଥିତ ନେତାଜୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି । ବ୍ରହ୍ମପୁର ସହକାରୀ ଡାକ ଅଧ୍ୟକ୍ଷା କିରଣମାଳା ପଣ୍ଡାଙ୍କ ସଂଯୋଜନାରେ ଆୟୋଜିତ ଏହି ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଯୋଗ ଦେଇଥିଲେ । ଏହି ଅବସରରେ ପ୍ରାୟ ଏକ ହଜାରରୁ ଅଧିକ ଶିଶୁ କନ୍ୟାମାନଙ୍କର ସୁକନ୍ୟା ସମୃଦ୍ଧି ଜମାଖାତା ଖୋଲା ଯାଇଛି ।

ଆୟୋଜିତ ସଭାରେ ମୁଖ୍ୟ ଅତିଥି ସାଂସଦ ଚନ୍ଦ୍ର ଶେଖର କହିଥିଲେ ଯେ, ଆମ ନାଗରିକମାନଙ୍କର ଭବିଷ୍ୟତ ଚିନ୍ତାଧାରା ଉତ୍ତମ ମାନର । ସଞ୍ଚୟ ମନୋବୃତ୍ତି ଆମ ଭବିଷ୍ୟତକୁ ସୁରକ୍ଷିତ ରଖି ଆସିଛି । କନ୍ୟା ସନ୍ତାନମାନଙ୍କ ଭବିଷ୍ୟତ ଏବଂ ସ୍ୱାସ୍ଥ୍ୟ, ଶିକ୍ଷା, ଆର୍ଥିକ ସୁଦୃଢତା, ଆର୍ଥିକ ସୁରକ୍ଷା ପାଇଁ ସୁକନ୍ୟା ସମୃଦ୍ଧି ଯୋଜନା ଭାରତରେ ଅଦ୍ୱିତୀୟ । ଏହା ବ୍ୟତୀତ ଡାକଘରେ ଉପଲବ୍ଧ ବିଭିନ୍ନ ଜାତୀୟ ସଞ୍ଚୟ ଯୋଜନା, ଡାକ ଜୀବନ ବୀମା, ବ୍ୟାଙ୍କିଙ୍ଗ ସୁବିଧା, ଜନସେବା କେନ୍ଦ୍ର ଓ ଅନ୍ୟାନ୍ୟ ଡାକସେବା ଉପରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ମୁଖ୍ୟ ବକ୍ତା ଭାବେ ବ୍ରହ୍ମପୁର ଡାକ ମଣ୍ଡଳର ବରିଷ୍ଠ ଡାକ ଅଧିକ୍ଷକ ତାରିଣୀ ଚରଣ ପାଢ଼ୀ, ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ପ୍ରଧାନ ଆଚାର୍ଯ୍ୟ ସୂର୍ଯ୍ୟ ପ୍ରକାଶ ମିଶ୍ର ପ୍ରମୁଖ ଶତାଧିକ ଡାକ କର୍ମଚାରୀ ଓ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com