ଓଡ଼ିଶା

ଏସ୍‌ଏମଆଇଟି ଗ୍ରୁପ୍‌ର ଅନୁଷ୍ଠାନରେ ୭୬ତମ ସ୍ୱାଧୀନତା ଦିବସ ପାଳିତ

ବ୍ରହ୍ମପୁର, ୧୬/୦୮/୨୦୨୨-   ଓଡ଼ିଶାର ଅନ୍ୟତମ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଏସଏମ୍‌ଆଇଟି ଗ୍ରୁପ୍‌ ଅଫ୍‌ ଇନୁଷ୍ଟିଚ୍ୟୁଟ ତରଫରୁ ଦେଶର ୭୬ତମ ସ୍ୱାଧୀନତା ଦିବସ ଅବସରରେ କଲେଜ ପରିସରରେ ପତାକା ଉତ୍ତୋଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ହିଲପାଟଣାସ୍ଥିତ ଏସ୍‌ଏମ୍‌ଆଇଟି କର୍ପୋରେଟ୍‌ କାର୍ଯ୍ୟାଳୟରେ ଅନୁଷ୍ଠାନର ସଭାପତି ଡ.ଭଗବାନ ଗନ୍ତାୟତ ତ୍ରିରଙ୍ଗା ପତାକା ଉତ୍ତୋଳନ କରି ଦେଶର
ମହାମନିଷୀ ମାନଙ୍କର ସ୍ୱାଧୀନତା ପାଇଁ ରହିଥିବା ଅବଦାନ ଓ ଆମ ପାଇଁ
ଯେଉଁ ଆଇନ ପ୍ରଣୟନି  କରି ଯାଇଛନ୍ତି, ସେଥିରେ ଅନୁପ୍ରାଣିତ ହୋଇ
ଦେଶସେବାରେ ମନ ଲଗାଇବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ।
ଉତ୍ସବରେ ବୃନ୍ଦାବନ ନାୟକ ସ୍ମାରକୀ ଆଇଟିଆଇ ଅଧ୍ୟକ୍ଷ ଇଂ.ରାମଚନ୍ଦ୍ର ପାତ୍ର,
ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ଅଧ୍ୟକ୍ଷ ଡ.ହରିଶ ଚନ୍ଦ୍ର ବେହେରା, ତ୍ରିଭଙ୍ଗ ପାଣିଗ୍ରାହୀ, ବସନ୍ତ କୁମାର ମହାରଣା, ହରେକୃଷ୍ଣ ପାତ୍ରଙ୍କ ସମେତ ବହୁ ଛାତ୍ରଛାତ୍ରୀ ଓ କର୍ମଚାରୀ ଯୋଗ ଦେଇଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com