Featuredଜାତୀୟରାଜନୀତି

‘ଏକ ଦେଶ, ଏକ ପୁଲିସ ଗଣବେଶ’ ପ୍ରସ୍ତାବ ଦେଲେ ପ୍ରଧାନମନ୍ତ୍ରୀ ମୋଦୀ

ହରିୟାଣାରେ ଚାଲିଥିବା ରାଜ୍ୟ ଗୃହମନ୍ତ୍ରୀମାନଙ୍କ ‘ଚିନ୍ତନ ଶିବିର’ରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଏକ ଦେଶ, ଏକ ପୁଲିସ ଗଣବେଶ ’ ପ୍ରସ୍ତାବ ଦେବା ସହ ଏହା ସମ୍ଭବପର କି, ନୁହେଁ, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସବୁ ଆଲୋଚନା କରିବା ଉଚିତ ବୋଲି କହିଛନ୍ତି। ଭିଡିଓ କନ୍‌ଫରେନ୍‌ସିଙ୍ଗ୍‌ ଜରିଆରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ମୋଦୀ କହିଲେ, ଆଇନ-ଶୃଙ୍ଖଳା ରକ୍ଷା ରାଜ୍ୟମାନଙ୍କର ଦାୟିତ୍ବ ହେଲେ ବି ତାହା ଦେଶର ଏକତା ଓ ଅଖଣ୍ଡତା ସହ ସମ୍ପୃକ୍ତ ରହିଛି। ଉପାୟ କରି ସମସ୍ୟା ସମାଧାନ କରିବା ନିମନ୍ତେ ହରିୟାଣାର ସୂରଜକୁଣ୍ଡରେ ଚାଲିଥିବା ଏହି ଅଧିବେଶନ ହେଉଛି ସମବାୟ ସଂଘବାଦର ଚମତ୍କାର ଦୃଷ୍ଟାନ୍ତ।

ସେ କହିଛନ୍ତି, ରାଜ୍ୟମାନେ ପରସ୍ପରଠାରୁ ଶିଖି ପାରିବେ, ପରସ୍ପରଠାରୁ ପ୍ରେରଣା ପାଇ ପାରିବେ ଏବଂ ଦେଶର ଉନ୍ନତି ପାଇଁ ଏକତ୍ର ହୋଇ କାମ କରିବେ। ଏହା ହେଉଛି ଆମ ସମ୍ବିଧାନର ଭାବଧାରା ଓ ନାଗରିକମାନଙ୍କ ପ୍ରତି ଆମର କର୍ତ୍ତବ୍ୟ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଅପରାଧ ଆନ୍ତଃରାଜ୍ୟ ଓ ଅନ୍ତର୍ଜାତୀୟ କ୍ଷେତ୍ରକୁ ବ୍ୟାପୁଥିବାରୁ ଆଇନ-ଶୃଙ୍ଖଳା ଗୋଟିଏ ରାଜ୍ୟ ମଧ୍ୟରେ ସୀମିତ ନ‌ୁହେଁ। ସୀମାପାରିରୁ ଅପରାଧିମାନେ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରୁଥିବାରୁ ରାଜ୍ୟ ଓ କେନ୍ଦ୍ରୀୟ ଆଇନ ପ୍ରଣୟନ ଏଜେନ୍‌ସିମାନଙ୍କର ସମନ୍ବୟ ଆବଶ୍ୟକ। ଏହାଛଡ଼ା, ଗୁଜବ ବିଷୟରେ ସତର୍କ କରାଇ ପ୍ରଧାନମନ୍ତ୍ରୀ କହିଛନ୍ତି ‌ଯେ, ବିଦେଶରେ ମଧ୍ୟ ଏହା ବିଶୃଙ୍ଖଳାର ସୂତ୍ରପାତ କରିପାରେ। ତେଣୁ, କୌଣସି ଖବର ଫର୍‌ୱାର୍ଡ କରିବା ଆଗରୁ ସେ ବିଷୟରେ ଭାବିବା ଓ ବିଶ୍ବାସ କରିବା ଆଗରୁ ତାହାକୁ ଯାଞ୍ଚ କରିବା ପାଇଁ ଆମେ ଜନସାଧାରଣଙ୍କୁ ଶିକ୍ଷା ଦେବା ଉଚିତ।

Related Articles

Back to top button
WP Twitter Auto Publish Powered By : XYZScripts.com