ଅନ୍ତର୍ଜାତୀୟରାଜନୀତି

ପାକିସ୍ତାନ କଥାରେ କାଶ୍ମୀର ବାବଦରେ ମିଛ କହିଲେ ମୁସଲିମ ଦେଶ, ଚେତାବନୀ ଦେଲା ଭାରତ

ନୂଆଦିଲ୍ଲୀ :  ପାକିସ୍ତାନରେ ଆୟୋଜିତ ଇସଲାମିକ ସହଯୋଗୀ ସଙ୍ଗଠନ ବା ଓଆଇସିର ବୈଠକରେ ଜମ୍ମୁ-କାଶ୍ମୀର ପ୍ରସଙ୍ଗ ଉଠିଛି । ବୈଠକରେ କାଶ୍ମୀରରେ ମାନବାଧିକାର ଉଲ୍ଲଙ୍ଘନ ପ୍ରସଙ୍ଗ ସ୍ଥାନ ପାଇଥିଲା । ଏହାସହ କାଶ୍ମୀରବାସିନ୍ଦାଙ୍କୁ ନିଜେ ନିଷ୍ପତ୍ତି ନେବାର ଅଧିକାର ମିଳୁ ବୋଲି ଏଥିରେ କୁହାଯାଇଥିଲା । ଯାହାକୁ ତୀବ୍ର ବିରୋଧ କରିଛି ଭାରତ । ଓଆଇସିର ଏହି ବୈଠକ ଭୁଲ ଓ ମିଛ ବୋଲି ଭାରତ କହିଛି ।
ଭାରତୀୟ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଅରିନ୍ଦମ ବାଗଚୀ କହିଛନ୍ତି ଯେ, ବୈଠକରେ ଦିଆଯାଇଥିବା ବୟାନ ଓ ପ୍ରସ୍ତାବକୁ ଦେଖିଲେ ଓଆଇସି କେତେ ଅପ୍ରାସଙ୍ଗିକ ତାହା ଜାଣି ହେଉଛି । ଏଥିରେ ପାକିସ୍ତାନର ଭୂମିକା ରହିଥିବା ସ୍ପଷ୍ଟ ଭାବେ ଜଣାପଡୁଛି । ଏଥିରେ ଭାରତ ପ୍ରସଙ୍ଗରେ ଯାହା କୁହାଯାଇଥିଲା ତାହା ମିଛ ଓ ଭୁଲ ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ପାକିସ୍ତାନରେ ସଂଖ୍ୟାଲଘୁଙ୍କ ମୌଳିକ ଅଧିକାର ବାରମ୍ବାର ଉଲ୍ଲଙ୍ଘନ କରାଯାଉଛି । ଏହା ସତ୍ତ୍ୱେ ପାକିସ୍ତାନର କହିବାନୁସାରେ ଓଆଇସି ଭାରତ ବାବଦରେ ମନ୍ତବ୍ୟ ଦେବା ଦୁର୍ଭାଗ୍ୟଜନକ ।
ପ୍ରସ୍ତାବରେ କଣ କହିଥିଲା ଓଆଇସି
କାଶ୍ମୀରକୁ ନେଇ ଓଆଇସି ନିଜ ପ୍ରସ୍ତାବରେ କହିଥିଲା ଯେ, ସେମାନେ ଜମ୍ମୁ-କାଶ୍ମୀରରେ ମାନବାଧିକାର ହନନକୁ କଡା ନିନ୍ଦା କରୁଛନ୍ତି । ୨୦୧୯ରେ ଭାରତ ଏକତରଫା ନିଷ୍ପତ୍ତି ନେଇ ଧାରା ୩୭୦ ହଟାଇଥିଲା । ବେଆଇନ ଭାବେ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ହଟାଇ ଦିଆଗଲା । ଏପରି କରି କାଶ୍ମୀରର ସୀମାକୁ  ପରିବର୍ତ୍ତନ କରାଗଲା । ଓଆଇସି ଆହୁରି କହିଥିଲା ଯେ, କାଶ୍ମୀର ପ୍ରସଙ୍ଗର ସମାଧାନ ନହେବା ଯାଏଁ ଦକ୍ଷିଣ ଏସିଆରେ ଶାନ୍ତି ଆସିବ ନାହିଁ । ଏହାସହ ସେମାନେ ଜମ୍ମୁ କାଶ୍ମୀର ଭୋଟରଙ୍କ ସହ ରହିଥିବା ପ୍ରକାଶ କରିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com