Breaking NewsFeaturedରାଜନୀତି

ଶୀର୍ଷ ନେତୃତ୍ୱରେ ପରିବର୍ତନ କଲା ବିଜେପି । ପୂର୍ବ ମୁଖ୍ୟମନ୍ତ୍ରୀଙ୍କ ପୁଅକୁ ମିଳିଲା ଦାୟିତ୍ୱ ।

ଶୀର୍ଷ ନେତୃତ୍ୱରେ ପରିବର୍ତନ କଲା ବିଜେପି । ପୂର୍ବ ମୁଖ୍ୟମନ୍ତ୍ରୀଙ୍କ ପୁଅକୁ ମିଳିଲା ଦାୟିତ୍ୱ ।
() ଆସନ୍ତା ବର୍ଷ ୨୦୨୪ ସାଧାରଣ ନିର୍ବାଚନ । ଏନେଇ ନିଜର କ୍ଷେତ୍ର ପ୍ରସ୍ତୁତ କରୁଛି ବିଜେପି । ବିଭିନ୍ନ ରାଜ୍ୟ ପାଇଁ ତିଆରି ଚାଲିଛି ଆକ୍ସନ ପ୍ଲାନ । ଏହି ପରିପ୍ରେକ୍ଷୀରେ କର୍ଣ୍ଣାଟକ ପାଇଁ ରୋଡମ୍ୟାପ ତିଆରି କରିଛି ଦଳ । ବିଧାନସଭା ନିର୍ବାଚନରେ ପରାଜୟ ପରେ ବିଜେପି ତାର ଶୀର୍ଷ ନେତୃତ୍ୱରେ ପରିବର୍ତନ କରିଛି । କିଏ ରାଜ୍ୟ ମୁଖିଆ ହେବ ଲାଗିଥିବା ଚର୍ଚ୍ଚାରେ ପୂର୍ଣ୍ଣଛେଦ ପକାଇଛି । ହେଲେ ପୂର୍ବରୁ ଅନୁମାନ କରାଯାଉଥିଲା କି କୌଣସି ଲିଙ୍ଗାୟତ ନେତାଙ୍କୁ ରାଜ୍ୟର ମୁଖ୍ୟ ଭାବେ ଚୟନ କରିପାରେ ବିଜେପି । କିନ୍ତୁ ସେ ସବୁର କଳ୍ପନାଜଳ୍ପନାର ଅନ୍ତ ଘଟିଛି ।

ରାଜ୍ୟ ବିଜେପିର ମୁଖ୍ୟ ହୋଇଛନ୍ତି ୟେଦ୍ଦିରୁପାଙ୍କ ପୁଅ । ଦଳ ତରଫରୁ ପୂର୍ବ ମୁଖ୍ୟମନ୍ତ୍ରୀ ବିଏସ ୟେଦ୍ଦିରୂପାଙ୍କ ପୁଅ ବିଜୟେନ୍ଦ୍ରଙ୍କୁ ପାର୍ଟିର ରାଜ୍ୟ ମୁଖ୍ୟ ଭାବେ ନିଯୁକ୍ତ କରାଯାଇଛି । ସେପଟେ ଲୋକସଭା ନିର୍ବାଚନ ପୂର୍ବରୁ ୟେଦ୍ଦିରୂପ୍ପାଙ୍କ ରାଜନୈତିକ ଉତରାଧିକାରୀ ଭାବେ ତାଙ୍କ ପୁଅକୁ ଦାୟୀତ୍ୱ ମିଳିବାକୁ ନେଇ ବେଶ୍ ଆଲୋଚନା ହେଉଛି । ଚଳିତ ବର୍ଷ ମେ ମାସରେ ହୋଇଥିବା ବିଧାନସଭା ନିର୍ବାଚନରେ ବିଜୟେନ୍ଦ୍ର କୁଶାଲ ସଂଗଠନର ନେତା ଭାବେ ଆଗକୁ ଆସିଥିଲେ । ହେଲେ ବିଜେପିକୁ ପରାଜୟର ସାମ୍ନା କରିବାକୁ ପଡିଥିଲା । ଆଉ କଂଗ୍ରେସ ଠାରୁ ପରାଜିତ ହେବା ପରେ ଦଳ ବିଚାର ବିମର୍ଷ କରି ଏବେ ବିଜୟେନ୍ଦ୍ରଙ୍କୁ ଏହି ଦାୟୀତ୍ୱ ଦେଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com