Featuredଜାତୀୟ

ଆକ୍ସନ ମୋଡ଼ରେ NIA , ୧୦ଟି ରାଜ୍ୟର ଏକକାଳୀନ ରେଡ୍‌

ଆକ୍ସନରେ ଏନ୍‌ଆଇଏ । ଦେଶର ବିଭିନ୍ନ ସ୍ଥାନରେ ଏକାସାଙ୍ଗରେ ଚଢାଉ କରୁଛି ଏନ୍‌ଆଇଏ । ଚଢାଉ ସ୍ଥାନମାନଙ୍କ ମଧ୍ୟରେ କେରଳର ସର୍ବାଧକ ୫୦ ଜାଗାରେ ଚାଲିଛି ରେଡ୍‌ । ଏହି ଚଢାଉରେ ଏନ୍‌ଆଇଏ ସହିତ ଇଡି ମଧ୍ୟ ସାମିଲ ରହିଛି । ଦେଶରେ ବିଭିନ୍ନ ସ୍ଥାନରେ ଗୁରୁବାର ଦିନ ଜାତୀୟ ତଦନ୍ତକାରୀ ସଂସ୍ଥା ବା ଏନ୍‌ଆଇଏ ପକ୍ଷରୁ ଚଢାଉ ଚାଲିଛି । ପିଏଫ୍‌ଆଇ ସହିତ ଜଡିତ ଟେରର ଫଣ୍ଡିଂ ମାମଲାରେ ରେଡ୍‌ କରୁଛି ଜାତୀୟ ତଦନ୍ତକାରୀ ସଂସ୍ଥା । ମୋଟ ୧୦ଟି ରାଜ୍ୟର ବିଭିନ୍ନ ସ୍ଥାନରେ ଚଢାଉ କରୁଥିବା ବେଳେ କେବଳ କେରଳର ହିଁ ୫୦ଟି ଜାଗାରେ ତନାଘନା ଚାଲିଛି । କେରଳର ଏହି ସବୁ ସ୍ଥାନରୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିବାର ସୂଚନା ମିଳିଛି । ସେହିପରି ପୂର୍ବରୁ ବିହାର, ତେଲେଙ୍ଗାନାରେ ଏନ୍‌ଆଇଏ ପକ୍ଷରୁ ରେଡ୍‌ ହୋଇଥିଲା । ସେହି ଲିଙ୍କ ଆଧାରରେ ଗୁରୁବାର ଏହିସବୁ ସ୍ଥାନରେ ଚଢାଉ ଚାଲିଛି । ଆଗକୁ ମଧ୍ୟ ଆହୁରୀ ଅଧିକ ସ୍ଥାନରେ ଚଢାଉ ହୋଇପାରେ । ତେବେ ଟେରର ଫଣ୍ଡିଂ ଲିଙ୍କରେ ପିଏଫ୍‌ଆଇର ୧୦୦ରୁ ଅଧିକ ସଦସ୍ୟଙ୍କୁ ଗିରଫ କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com