Featuredଅନ୍ତର୍ଜାତୀୟଜାତୀୟ

ଭାରତ ଆସିବେ ୧୦୦ରୁ ଅଧିକ ଚିତା ବାଘ

ଭାରତ ଆସିବେ ୧୦୦ରୁ ଅଧିକ ଚିତା ବାଘ । ଏଥିପାଇଁ ଦକ୍ଷିଣ ଆଫ୍ରିକା ଏବଂ ଭାରତ ମଧ୍ୟରେ ଏକ ଚୁକ୍ତି ହୋଇଥିବା ଦକ୍ଷିଣ ଆଫ୍ରିକାର ପରିବେଶ ମନ୍ତ୍ରାଳୟ କହିଛି । ଚିତା ସଂଖ୍ୟା ବୃଦ୍ଧି ନିମନ୍ତେ ଆଗାମୀ ୮ରୁ ୧୦ ବର୍ଷ ଧରି ବାର୍ଷିକ ୧୨ଟି ଚିତା ବିମାନ ଯୋଗେ ଭାରତକୁ ସ୍ଥାନାନ୍ତର କରାଯିବ ।

ବାସସ୍ଥାନ କ୍ଷୟ ଏବଂ ଛାଲ ପାଇଁ ଶିକାର ଯୋଗୁଁ କ୍ରମଶଃ ଭାରତରୁ ଚିତା ସଂଖ୍ୟା ହ୍ରାସ ପାଇବା ପରେ ୧୯୫୨ରେ ଏହି ଜନ୍ତୁ ବିଲୁପ୍ତ ବୋଲି ଘୋଷଣା କରାଯାଇଥିଲା । ଦେଶରେ ସାବଧାନତା ସହକାରେ ଚୟନ କରାଯାଇଥିବା ସ୍ଥାନକୁ ଚିତାର ଉପପ୍ରଜାତି ଆଫ୍ରିକୀୟ ଚିତା ଆଣି ପରୀକ୍ଷାମୂଳକ ଭାବେ ଛଡ଼ାଯାଇ ପାରେ ବୋଲି ସୁପ୍ରିମ୍ କୋର୍ଟ ରାୟ ଦେବାରୁ ୨୦୨୦ରେ ଏହି ଜନ୍ତୁକୁ ଅଣାଯିବା ଲାଗି ତତ୍ପରତା ପ୍ରକାଶ ପାଇଥିଲା । ଏହା ପରେ ଗତବର୍ଷ ସେପ୍ଟେମ୍ବରରେ ନାମିବ୍ୟାରୁ ୮ଟି ଚିତା ଆସିଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com