Breaking NewsFeaturedଐତିହ୍ୟ ଓ ସଂସ୍କୃତି

ଦୀପାବଳି ପାଳିବ ସାରାଦେଶ । ଜାଣନ୍ତୁ କାହିଁକି ଅପିଲ କଲେ ମୋଦି ।

ଜାନୁଆରୀ ୨୨ରେ ଅଯୋଧ୍ୟାରେ ହେବ ପ୍ରଭୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ । ଉଦଘାଟନ ହେବ ପ୍ରଭୁ ରାମଙ୍କ ଭବ୍ୟ ମନ୍ଦିର । ଏହିଦିନ ସଂନ୍ଧ୍ୟାରେ ସାରା ଭାରତ ଉଜ୍ୱଳ ହେବ । ସାରା ଦେଶରେ ପାଳନ ହେବ ଦୀପାବଳି । ଅର୍ଥାତ ପୁରା ଦେଶବାସୀ ଦୀପାବଳି ଉତ୍ସବ ପାଳନ କରିବାକୁ ଅପିଲ କରିଛନ୍ତି ପ୍ରଧାନମନ୍ତ୍ରୀ । ନିଜ ନିଜ ଘରେ ଭଗବାନ ରାମଙ୍କ ନାଁରେ ଦୀପ ଜାଳିବାକୁ ଦେସବାସୀଙ୍କୁ ଅନୁରୋଧ କରିଛନ୍ତି ମୋଦି । ଶୁଣନ୍ତୁ କଣ ଅପିଲ କରିଛନ୍ତି ପ୍ରଧାନମନ୍ତ୍ରୀ ।

ଏଠାରେ କହିରଖୁଛୁ ଯେ, ଏହି ଭବ୍ୟ ଆୟୋଜନ ପୂର୍ବରୁ ଶନିବାର ଅଯୋଧ୍ୟା ଗସ୍ତ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି । ସେ ଏଠାରେ ପହଞ୍ଚି ଏକ ବିରାଟଳ ରୋଡ ଶୋ’ କରିଥିଲେ। ଏଥିସହ ଅଯୋଧ୍ୟା ଧାମ ରେଳ ଷ୍ଟେସନ, ବାଲ୍ମକୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ଉଦ୍ଘାନଟ କରିଥିଲେ। ଏହି ଅବସରରେ ମୋଦି ଦେଶବାସୀଙ୍କୁ ଏବ ବିଶେଷ ଅନୁରୋଧ କରିଛନ୍ତି। ସେ କହିଛନ୍ତି, ସାରା ବିଶ୍ୱ ଆଜି ଉତ୍ସାହର ସହ ଜାନୁଆରୀ ୨୨ ତାରିଖକୁ ଅପେକ୍ଷା କରିଛି। ସାରା ଦେଶର ଜନସାଧାରଣଙ୍କ ପରି ମୁଁ ମଧ୍ୟ ରାମଭକ୍ତ ଓ ଜାନୁଆରୀ ୨୨କୁ ମୁଁ ମଧ୍ୟ ଉତ୍ସୁକତାର ସହ ଅପେକ୍ଷା କରିଛି। ଏହି ଦିନ ଯେତେବେଳେ ଅଯୋଧ୍ୟାରେ ପ୍ରଭୁ ଶ୍ରୀ ରାମଲାଲା ବିରାଜମାନ କରିବେ ସେତେବଳେ ୧୪୦ କୋଟି ଦେଶବାସୀ ନିଜ ନିଜ ଘରେ ଶ୍ରୀ ରାମ ଜ୍ୟୋତି ଜାଳନ୍ତୁ। ଦୀପାବଳି ପାଳନ କରନ୍ତୁ ବୋଲି ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି। ୨୩ ଜାନୁଆରୀ ପରେ ଆନୁଷ୍ଠାନିକ କାର୍ୟ୍ୟକ୍ରମ ସରିବା ପରେ ଅଯୋଧ୍ୟାକୁ ଆସିବାକୁ ଅନୁରୋଧ କରାଯାଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com