Breaking NewsFeaturedଓଡ଼ିଶାଜାତୀୟବିଜ୍ଞାନ ଓ ପ୍ରଯୁକ୍ତି

ମୃତକଙ୍କ ଚିହ୍ନଟ ପାଇଁ ଆଧାର ଡାଟାବେସ୍ କାହିଁକି ବ୍ୟବହାର କରାଯାଉ ନାହିଁ?

ସାଧାରଣରେ ଉଠିଛି ବଡ଼ ପ୍ରଶ୍ନ 

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ହଠାତ୍ ପ୍ରଚଣ୍ଡ ବେଗରେ ମାଡ଼ି ଆସିଲା ଲୌହ ଦାନବ । କ୍ଷଣକ ମଧ୍ୟରେ ଉଜାଡ଼ି ଦେଲା ଶହ ଶହ ପରିବାର । ଟ୍ରେନ୍ ତଳୁ ଶୁଣାଗଲା ଆକୁଳ ଚିତ୍କାର । ପାହାଡ଼ ପରି ଗଦା ହୋଇଗଲା କୁଢ କୁଢ ଶବ । କିଏ କେଉଁ ସମ୍ପର୍କ ହରାଇଲା ତାହା କହିବା ମସ୍କିଲ୍ ହୋଇ ପଡ଼ିଥିବା ବେଳେ ଏଯାଏ ଚିହ୍ନଟ ହୋଇପାରିନାର୍ହି ଶତାଧିକ ମୃୃତ ଦେହ । ବିଶ୍ୱକୁ ଦୋହଲାଇ ଦେଇଥିବା ବାହାନଗା ଟ୍ରେନ୍ ଦୁର୍ଘଟଣାରେ ଅଧିକାଂଶ ମୃତକଙ୍କ ପରିଚୟ ଏଯାଏ ଚିହ୍ନଟ ହୋଇପାରି ନାହିଁ । ଯାହାକୁ ନେଇ କେବଳ ଜନ ଅସନ୍ତୋଷ ନୁହେଁ ବରଂ ଏକ ପ୍ରକାର ବିଷମ ପରିସ୍ଥିତି ସୃଷ୍ଟି ହୋଇଛି । ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୋଟ ୨୭୫ ମୃତକଙ୍କ ମଧ୍ୟରୁ ୧୦୮ ଜଣଙ୍କୁ ଚିହ୍ନଟ କରାଯାପାରିଥିବା ବେଳେ ୮୮ଟି ମୃତ ଦେହକୁ ସେମାନଙ୍କ ପରିବାର ତଥା ସମ୍ପର୍କିୟଙ୍କୁ ହସ୍ତାନ୍ତର କରାଯାଇଛି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ୧୮୭ ମୃତଦେହର କୌଣସି ପରିଚୟ ମିଳିପାରିନାହିଁ । ତେବେ ଏହି ମୃତ ଦେହ ଚିହ୍ନଟ ସହ ପରିବାରକୁ ହସ୍ତାନ୍ତର କରିବା ଏକ ଚ୍ୟାଲେଞ୍ଜ ହୋଇଛି । ମୃତ ଦେହ ଗୁଡ଼ିକର ଅବସ୍ଥା ଏପରି ହୋଇଛି ଯାହାକୁ ଛିହ୍ନିବା କଷ୍ଟକର ହୋଇପଡ଼ୁଛି । ତେବେ ଏଠାରେ ପ୍ରଶ୍ନ ଉଠୁଛି ଆଧାରଡ଼ାଟା ବେସ୍ ଗଲା କୁଆଡ଼େ ।

ଏହି ପରିସ୍ଥିତିରେ ଏହା ଶବ ଚିହ୍ନଟରେ ସବୁଠୁ ସରଳ ଉପାୟ ହୋଇ ପାରିଥାନ୍ତା ବୋଲି ମତ ପ୍ରକାଶ ପାଇଛି । ତେବେ ଏଯାଏ କାହିଁକି ଏହାର ବ୍ୟବହାର କରାଯାଉ ନାହିଁ ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠୁଛି । ଅନ୍ୟପଟେ ମୃତକଙ୍କ ଜିହ୍ନଟ ପାଇଁ ସେମାନଙ୍କ ଫଟୋ ସହ ଆଇଡ଼ିଣ୍ଟି ଫିକେସନ୍ ମାର୍କକୁ ୩ଟି ୱେସାଇଟ୍ । www. srcodisha.nic.in, www.bmc.gov.in ଓ www.osdma.org ରେ ଅପଲୋଡ଼୍ କରାଯାଇଛି । କିନ୍ତୁ ଏହା ଅନ୍ଧାରରେ ବାଡ଼ି ବୁଲାଇବା ଭଳି କାମ କହିଲେ ଭୁଲ୍ ମଧ୍ୟ ହେବ ନାର୍ହି । ଏଥି ସହିତ ଶବ ଚିହ୍ନଟ ସହ ହସ୍ତାନ୍ତର ପାଇଁ କିଛି ଅଧିକାରୀଙ୍କୁ ନେଇ ବିଏମ୍‌ସି ପକ୍ଷରୁ ଟୋଲ୍ ଫ୍ରି ନମ୍ବର ୧୮୦୦୩୪୫୦୦୬୧ ଓ ୧୯୨୯ ଜାରି ହୋଇଛି । ସେପଟେ ଯେଉଁମାନଙ୍କର କେହି ଦାବିଦାର ନରହିବେ ସେମାନଙ୍କ ଓ ଫିଙ୍ଗର ପ୍ରିଣ୍ଟ ସଂଗ୍ରହ କରି ସତ୍କାର କରାଯିବ । ସେପଟେ ପ୍ରଥମେ ସଠିକ୍ ମୃତ୍ୟୁ ସଂଖ୍ୟା ଆକଳନରେ ଅସୁବିଧା ହୋଇଥିବାବେଳେ । ପରେ ୨୭୫ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ଏସ୍‌ଆର୍‌ସି ପ୍ରଦୀପ ଯେନା ସୂଚନା ଦେଇଛନ୍ତି । ୧ହଜାର ୧୭୫ ଜଣ ଆହତ ହୋଇଥିବାବେଳେ ୩୪୪ ଜଣ ଆହତଙ୍କର ଚିକିତ୍ସା ଜାରି ରହିଛି ଏବଂ ୩୩୬ ଜଣଙ୍କୁ ଚିକିତ୍ସା ପରେ ଡିସସଚାର୍ଜ କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com