ଅନ୍ତର୍ଜାତୀୟଓଡ଼ିଶାଜାତୀୟ

ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବ ରାଉରକେଲା ବିମାନବନ୍ଦର

ଭୁବନେଶ୍ୱର, ୧୯/୧୨/୨୦୨୨-   ରାଉରକେଲା ଗସ୍ତରେ ଯାଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, 5T ସଚିବ ଭି.କାର୍ତ୍ତିକେୟନ ପାଣ୍ଡିଆନ, କ୍ରୀଡ଼ା ସଚିବ ଭିନିଲ କ୍ରୀଷ୍ଣା ଓ ଇଡକୋ ଏମଡି ଭୁପିନ୍ଦର ସିଂ ପୁନିଆ ସେଠାରେ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଏହି ପ୍ରତିନିଧି ଦଳ ବିମାନବନ୍ଦର ସଂପ୍ରସାରଣ କାର୍ଯ୍ୟ ତଦାରଖ କରି DGCA ପ୍ରତିନିଧି ଇତିମଧ୍ୟରେ ସର୍ବେକ୍ଷଣ କରି ସାରିଥିବା ବେଳେ ଏୟାରପୋର୍ଟକୁ ଖୁବଶୀଘ୍ର ୨ ଲାଇସେନ୍ସ ମିଳିବ ବୋଲି କହିଥିଲେ । ସେହିଭଳି ମୁଖ୍ୟ ଶାସନ ସଚିବ ଦେଶର ସର୍ବବୃହତ୍ ହକି ଷ୍ଟାଡିୟମ୍ ”ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍” ନିର୍ମାଣ ଶେଷ ହୋଇଥିବା କହିଥିଲେ । ହକି ଷ୍ଟାଡିୟମର ମୁଖ୍ୟ ପିଚ୍ ଓ ଅଭ୍ୟାସ ପିଚ୍ ଖେଳ ପାଇଁ ପ୍ରସ୍ତୁତ ଅଛି । ହାଇମାଷ୍ଟ ଲାଇଟ୍ ବ୍ୟବସ୍ଥା ମଧ୍ୟ ସରିଲାଣି । ଆସନ୍ତା ୨୪ ତାରିଖରୁ ୩ ଟି ଅଭ୍ୟାସ ମ୍ୟାଚ୍ ରାଉରକେଲାରେ ଖେଳାଯିବ । ତାପରେ ପିଚ ସ୍ଥିତି ଅନୁଧ୍ୟାନ ପରେ ଆବଶ୍ୟକ ହେଲେ ସୁଧାର ଅଣାଯିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com